fbpx

ନିଜ ସିମକାର୍ଡ କିପରି BSNLକୁ ପୋର୍ଟ କରିବେ ? ଜାଣନ୍ତୁ ଟିପ୍ସ

ଦିନକୁ ଦିନ ଘରୋଇ ମୋବାଇଲ ଅପରେଟରଙ୍କ ରିଚାର୍ଜ ପ୍ଲାନ ମହଙ୍ଗା ହେବାରେ ଲାଗିଛି। ଏଣୁ ମୋବାଇଲ ୟୁଜର ଏବେ ସରକାରୀ ଅପରେଟର ବିଏସଏନଏଲ କଥା ଭାବୁଛନ୍ତି। କାରଣ ବିଏସଏନଏଲର ଟାରିଫ ପ୍ଲାନ ଅନ୍ୟ ଘରୋଇ ମୋବାଇଲ ଅପରେଟରଙ୍କ ପ୍ଲାନ ଦର ଠାରୁ ବେଶ୍ କମ ରହିଛି। ଏଣୁ ମୋବାଇଲ ନମ୍ବର ପୋର୍ଟେବିଲିଟି (ଏମଏନପି) ଅର୍ଥାତ ନମ୍ବର ପୋର୍ଟ କରିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଏଥିରେ ଆସନ୍ତୁ ଜାଣିବା ନିଜ ସିମକାର୍ଡ କିପରି ବିଏସଏନଏଲକୁ ପୋର୍ଟ ହେବ।

ଏଥି ପାଇଁ ସର୍ବପ୍ରଥମେ ଆରଣଙ୍କୁ ୧୯୦୦କୁ ଏକ ଏସଏମଏସ ପଠାଇ ମୋବାଇଲ ନମ୍ବର ପୋର୍ଟ ନିମନ୍ତେ ରିକ୍ୱେଷ୍ଟ କରନ୍ତୁ। ମ୍ୟାସେଜ ବକ୍ସରେ PORT ଟାଇପ କରି ସ୍ପେସ୍ ଦିଅନ୍ତୁ। ଏହା ପରେ ଆପଣ ଆପଣଙ୍କ ୧୦ ଡିଜିଟର ମୋବାଇଲ ନମ୍ବର ଟାଇପ୍ କରନ୍ତୁ। ଏଥିରେ ଯଦି ଆପଣ ଜମ୍ମୁ-କାଶ୍ମୀରର ୟୁଜର ତେବେ ଆପଣଙ୍କୁ ୧୯୦୦କୁ କଲ କରିବାକୁ ପଡିବ ଓ ଆପଣଙ୍କ ନମ୍ବର ପୋର୍ଟ କରିବା ପାଇଁ ବିଏସଏନଏଲ ସର୍ଭିସ ସେଣ୍ଟରକୁ ଯିବାକୁ ହେବ।

ସର୍ଭିସ ସେଣ୍ଟରରେ ଆପଣଙ୍କ ଆଧାର କାର୍ଡ ଓ ଅନ୍ୟ ଆଇଡି ଡିଟେଲ, ଫଟୋ ଓ ବାୟୋମେଟ୍ରିକ ଡିଟେଲ ନିଆଯିବ। ଏହା ପରେ ଆପଣଙ୍କୁ ବିଏସଏନଏଲର ନୂଆ ସିମ୍ ଜାରି କରାଯିବ। ଏଥି ପାଇଁ ଆପଣଙ୍କୁ କିଛି ପଇସା ଦେବାକୁ ପଡିପାରେ। ଏହା ପରେ ଆପଣଙ୍କୁ ଏକ ଖାସ ନମ୍ବର ପଠାଯିବ ଯାହା ସହାୟତାରେ ଆପଣଙ୍କ ନମ୍ବର ଆକ୍ଟିଭେଟ ହୋଇଯିବ।

Get real time updates directly on you device, subscribe now.