fbpx

କାଳୀ ମାଆଙ୍କୁ ପ୍ରସନ୍ନ କରିବା ପାଇଁ ନିଜକୁ ବଳି ଦେଇଦେଲେ ଏହି ଯୁବକ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଛତିଶଗଡ଼ରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ମାଆ କାଳୀଙ୍କୁ ପୂଜା କରୁଥିଲା, ମାଆ ପ୍ରକଟ ନ ହେବାରୁ ଯୁବକ ନିଜକୁ ବଳି ଦେଇଦେଇଛନ୍ତି। ଏହି ମାମଲା ବର୍ତ୍ତମାନ ହଇଚଇ ସୃଷ୍ଟି କରିଛି। ଏହି ଯୁବକ ଜଣକ ନିଜ ବେକଙ୍କୁ କଇଁଚିରେ କାଟିଦେଇଛନ୍ତି।

ସୂଚନାନୁଯାୟୀ, ଛତିଶଗଡ଼ ରାଜଧାନୀ ରାୟପୁରର ଜଣେ ଯୁବକ ମାଆ କାଳୀଙ୍କୁ ଖୁସି କରିବା ଲାଗି ନିଜକୁ ହିଁ ବଳି ଦେଇଛନ୍ତି। ଏହି ଯୁବକ ଜଣକ ଲଗାତାର ୪୮ ଘଣ୍ଟା ମାଆ କାଳୀଙ୍କୁ ପ୍ରସନ୍ନ କରିବା ଲାଗି ପୂଜା କରୁଥିଲେ। ଯେତେବେଳେ ମାଆ କାଳୀ ପ୍ରକଟ ହେଲେନି ଯୁବକ ନିଜ ଗଳାକୁ କଇଁଚିରେ କାଟିବା ଆରମ୍ଭ କରିଥିଲେ। କିଛି ସମୟ ପରେ ଯେପରି ଯନ୍ତ୍ରଣା ପାଇ ଯୁବକ ଜଣକ ଚିଲାଇଲେ, ସେହି ସମୟରେ ପରିବାର ଲୋକେ ଘରର ମନ୍ଦିର ଆଡକୁ ଆସିଥିଲେ। ଯାହାପରେ ଯୁବକଙ୍କ ରକ୍ତକୁ ଦେଖି ସମସ୍ତେ ଚିତ୍କାର କରିବାକୁ ଲାଗିଲେ। ତେବେ ଏହି ଘଟଣା ହଇଚଇ ସୃଷ୍ଟି କରିଛି।

Get real time updates directly on you device, subscribe now.