‘ଏକ୍ସ’ରେ ମୋର କୌଣସି ଆକାଉଣ୍ଟ ନାହିଁ: ଭି.କେ ପାଣ୍ଡିଆନ
ଫେକ୍ ଆକାଉଣ୍ଟ କରି ମୋ ନାଁ ଓ ଫଟୋକୁ ଅପବ୍ୟବହାର କରାଯାଉଛି; କାହିଁକି ଏମିତି କହିଲେ ଭି.କେ ପାଣ୍ଡିଆନ
ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ ନିଜର ‘ଏକ୍ସ’ ଆକାଉଣ୍ଟକୁ ନେଇ ବର୍ତ୍ତମାନ ଏକ ବଡ଼ ଖୁଲାସା କରିଛନ୍ତି । ସେ ନିଜେ କହିଛନ୍ତି, “ମୋର ‘ଏକ୍ସ’ରେ କୌଣସି ଆକାଉଣ୍ଟ ନାହିଁ । ଫେକ୍ ଆକାଉଣ୍ଟ କରି ମୋ ନାଁ ଓ ଫଟୋକୁ ଅପବ୍ୟବହାର କରାଯାଉଛି । ଏହା ଏକ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ।”
ଭି.କେ ପାଣ୍ଡିଆନ ନିଜେ ନିଜର ଇନଷ୍ଟାଗ୍ରାମରେ ପୋଷ୍ଟ କରି ଏକ୍ସରେ ଆକାଉଣ୍ଟ ନଥିବା ସ୍ପଷ୍ଟୀକରଣ ଦେଇଛନ୍ତି । ତେବେ ଅନ୍ୟପକ୍ଷେ ଦୀର୍ଘଦିନରୁ ଚାଲି ଆସିଥିବା ଆକାଉଣ୍ଟକୁ ଏବେ ଫେକ୍ କହିବାକୁ ନାପସନ୍ଦ କରୁଛନ୍ତି ଭି.କେ ପାଣ୍ଡିଆନ । ଯଦି ଫେକ୍, ତେବେ କାହିଁକି ମାମଲା ରୁଜୁ କରୁନାହାନ୍ତି ବୋଲି ଆରଟିଆଇ କର୍ମୀ କହିଛନ୍ତି ।