fbpx

‘ମୁଁ ରାଜନୀତି କରିବାକୁ ଆସିନାହିିଁ…’, ଏମିତି କାହିଁକି କହିଲେ ଅରୁଣ ଗୋଭିଲ

ଲକ୍ଷ୍ନୌ: ରାମାୟଣରେ ‘ଶ୍ରୀ ରାମ’ ଚରିତ୍ରରେ ନଜର ଆସିଥିବା ଅଭିନେତା ତଥା ବିଜେପି ଲୋକସଭା ପ୍ରାର୍ଥୀ ଅରୁଣ ଗୋଭିଲ ମଙ୍ଗଳବାର ମେରଠ ପହଞ୍ଚିଥିଲେ । ମେରଠରୁ ବିଜେପିର ଟିକେଟ ପାଇ ନିର୍ବାଚନ ଲଢ଼ିବା ନେଇ ସେ ବେଶ ଉତ୍ସାହିତ ଥିବା ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରିଥିଲେ । ସେ କାହାର ପ୍ରତିଦ୍ୱନ୍ଦୀ ନୁହନ୍ତି ବରଂ ଦଳର ନିର୍ଦ୍ଦେଶରେ ନିର୍ବାଚନ ଲଢ଼ିବା ପାଇଁ ଆସିଛନ୍ତି ବୋଲି କହିଥିଲେ । ଏହା ବାଦ୍ ମେରଠ ସହ ଜଡ଼ିତ ସ୍ମୃତିକୁ ମନେପକାଇ ସେ ଭାବପ୍ରବଣ ହୋଇଥିଲେ ।

ଲୋକସଭା ନିର୍ବାଚନ ପାଇଁ ମେରଠରୁ ବିଜେପି ପ୍ରାର୍ଥୀ ଭାବେ ରାମାୟଣରେ ‘ଶ୍ରୀ ରାମ’ ଚରିତ୍ରରେ ନଜର ଆସିଥିବା ଅଭିନେତା ଅରୁଣ ଗୋଭିଲ ମଙ୍ଗଳବାର ବାଗପତ ରୋଡ୍ ସ୍ଥିତ ପଶ୍ଚିମ ଉତ୍ତର ପ୍ରଦେଶରେ ଦଳର ଆଞ୍ଚଳିକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ଶ୍ରୀରାମ ନାମ ଧ୍ୱନୀରେ ତାଙ୍କର ସ୍ୱାଗତ କରାଯାଇଥିଲା । ଏହା ପରେ ମେରଠ ସମେତ ଆଖପାଖ ଜିଲ୍ଲାର ପଦାଧିକାରୀଙ୍କ ଉପସ୍ଥିତିରେ ଆଞ୍ଚଳିକ ଅଧ୍ୟକ୍ଷ ସତେନ୍ଦ୍ର ସିସୋଦିଆ ତାଙ୍କୁ ପରିଚିତ କରାଇଥିଲେ । ଗଣମାଧ୍ୟମଙ୍କ ସହ କଥାବାର୍ତ୍ତା ହେବା ସମୟରେ ସେ କହିଥିଲେ, ‘ମୁଁ ମେରଠର ଜନତାମାନଙ୍କୁ ସ୍ନେହ ଓ ଭଲପାଇବା ଦେବାକୁ ଆସିଛି । ମେରଠର ସମସ୍ତ ସ୍ମୃତି ମୋ ଆଖି ସାମ୍ନାରେ ଭାସି ଉଠୁଛି । ଏଠିକାର ରାସ୍ତାଘାଟ, ସ୍କୁଲ ଏବଂ ଘର ସବୁ କିଛି ମନେ ପଡ଼ୁଛି । ମେରଠ ତାଙ୍କ ସ୍ଥାନ । ସେ ପୂର୍ବରୁ ଯେଉଁ କାମ କରୁଥିଲେ ଏବେ ବି ସେଇୟା କରିବେ କେବଳ ଏହାର ରୂପ ବଦଳି ଯାଇଛି ।’ ସେ ଆହୁରି ମଧ୍ୟ କହିଛନ୍ତି ଯେ ମେରଠରୁ ବିଜେପିର ଟିକେଟ ପାଇ ନିର୍ବାଚନ ଲଢ଼ିବା ନେଇ ସେ ବେଶ ଉତ୍ସାହିତ ଅଛନ୍ତି । ଶ୍ରୀରାମ କେବେ ରାଜନୀତି କରିନଥିଲେ ତେଣୁ ସେ ବି ରାଜନୀତି କରିବାକୁ ଆସିନାହାଁନ୍ତି । ରାମାୟଣ ଚରିତ୍ରରୁ ସେ କେବଳ ଭଲପାଇବା ଶିଖିଛନ୍ତି । ତେଣୁ ଭଲପାଇବା ମାଧ୍ୟମରେ ହିଁ ଜନତାଙ୍କ ସେବା କରିବାକୁ ଚାହାଁନ୍ତି ।

Get real time updates directly on you device, subscribe now.