fbpx

‘ମୁଁ ବଞ୍ଚିବାକୁ ଚାହୁଁଛି, ଭାରତ ସରକାର ମୋତେ ଏଠାରୁ ବାହାର କରନ୍ତୁ’: ଗୁଳିମାଡ଼ରେ ଶିକାର ହୋଇଥିବା ଛାତ୍ର, ଦେଖନ୍ତୁ Video

କିଭ: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଆଜି ହେଉଛି ୧୦ମ ଦିନ । କିଭରୁ ବାହାରୁଥିବା ବେଳେ ଗୁଳିମାଡ଼ର ଶିକାର ହୋଇଥିବା ଭାରତୀୟ ଛାତ୍ର ହରଜୋତ ସିଂହ ଏବେ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ତାଙ୍କ ଅବସ୍ଥା ଏବେ ସୁଧୁରୁଥିବା ବେଳେ ସେ ବିପଦରୁ ବାହାରି ଯାଇଥିବା କୁହାଯାଉଛି ।

ଆଜି ଗଣମାଧ୍ୟମ ସହ କଥା ହୋଇ ଛାତ୍ରଜଣକ କହିଛନ୍ତି ଯେ, ‘ମୋତେ ଦ୍ୱିତୀୟ ଜୀବନ ମିଳିଛି । ମୁଁ ବଞ୍ଚିବାକୁ ଚାହୁଁଛି । ମୋତେ ଏଠାରୁ ବାହାର କରିବାକୁ ମୁଁ ଭାରତୀୟ ଦୂତାବାସକୁ ଅନୁରୋଧ କରୁଛି । ସେମାନେ ମୋତେ ଏକ ହ୍ୱିଲ୍ ଚେୟାର ଯୋଗାନ୍ତୁ ଓ ଡକ୍ୟୁମେଣ୍ଟ୍ ପ୍ରସ୍ତୁତ କରିବାରେ ସାହାଯ୍ୟ କରନ୍ତୁ । ମୁଁ ସରକାରଙ୍କୁ କହିବାକୁ ଚାହେଁ ଯେ, ଯଦି ଆପଣ ମୃତ୍ୟୁ ପରେ ଏକ ଚାର୍ଟାର୍ଡ ବିମାନ ପଠାଉଛ, ତେବେ ଏହାର କୌଣସି ଲାଭ ନାହିଁ ।’

ତେବେ ହରଜିତ ସିଂହ କହିଛନ୍ତି ଯେ, ‘ମୁଁ ନିଜର ୩ ବନ୍ଧୁଙ୍କ ସହ ୨୭ ଫେବ୍ରୁଆରୀରେ କିଭ ଛାଡି ପଳାଇ ଆସୁଥିଲି । କିନ୍ତୁ ତୃତୀୟ ସୁରକ୍ଷା ପୋଷ୍ଟ ନିକଟରେ ତାଙ୍କୁ ସୁରକ୍ଷା ପାଇଁ ଫେରିଯାଅ ବୋଲି କୁହାଯାଇଥିଲା । ଆମେ ଫେରିଆସୁଥିବା ବେଳେ ଆମ କାର ଉପରକୁ ଗୁଳିମାଡ ହୋଇଥିଲା । ମୋତେ ବି ଗୁଳି ଲାଗିଥିଲା, ଯେଉଁକାରଣରୁ ମୁଁ ଗୁରୁତର ଆହତ ହୋଇଥିଲି ।’ କେନ୍ଦ୍ରମନ୍ତ୍ରୀ ଜେନେରାଲ ଭି.କେ ସିଂହ ଏହି ଗୁଳିମାଡ଼ ବିଷୟରେ ସୂଚନା ଦେଇଥିଲେ । ଏହା ପୂର୍ବରୁ ୟୁକ୍ରେନରେ ଜଣେ ଭାରତୀୟ ଛାତ୍ର ନବୀନ ଶେଖରପ୍ପାଙ୍କ ମୃତ୍ୟୁ ହୋଇଛି । ସେ ଖାଇବା ଆଣିବାକୁ ଯାଉଥିବା ବେଳେ ଗୁଳିମାଡ଼ର ଶିକାର ହୋଇଥିଲେ ।

Get real time updates directly on you device, subscribe now.