ନୂଆଦିଲ୍ଲୀ: ଅପହଞ୍ଚ ତଥା ପାହାଡ଼ିଆ ଅଞ୍ଚଳରେ ଭାକ୍ସିନ ପହଞ୍ଚାଉଛି ଆଇସିଏମଆରର i-drone । କରୋନା ଭାଇରସଠାରୁ ଜୀବନ ରକ୍ଷା କରୁଥିବା ରକ୍ଷାକାରୀ କୋଭିଡ ଭାକ୍ସିନ କିପରି ସମସ୍ତଙ୍କ ପାଖରେ ପହଞ୍ଚିପାରିବ ସେନେଇ ଏଭଳି ପ୍ରୟାସ କରିଛି ଆଇସିଏମଆର ।
କାର୍ଯ୍ୟକ୍ରମକୁ ଲଞ୍ଚ କରିବା ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବିୟ କହିଛନ୍ତି ଯେ ପ୍ରଥମ ଥର ପାଇଁ ଦକ୍ଷିଣ ଏସିଆରେ ଲୋକଙ୍କ ପାଖରେ ଭାକ୍ସିନକୁ ପହଞ୍ଚାଇବା ପାଇଁ ଏଭଳି ଏକ ପ୍ରୟାସ କରାଯାଇଛି । ଡ୍ରୋନକୁ ମଣିପୁରର ବିଷ୍ଣୁପୁର ଜିଲ୍ଲା ହସ୍ପିଟାଲରୁ ଲୋକତକ ହ୍ରଦ ଏବଂ କରଙ୍ଗ ଦ୍ୱୀପର ପ୍ରାଥମିକ ସ୍ୱାସ୍ଥ୍ୟମକେନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚାଯାଇଥିଲା । ଏଠାକୁ ଯିବା ପାଇଁ ପ୍ରାୟ ୨୬ କିମି ଯାତ୍ରା କରିବାକୁ ପଡ଼ିଥାଏ । ଏବଂ ୩ ଘଣ୍ଟାରୁ ଅଧିକୁ ସମୟ ମଧ୍ୟ ଲାଗିଥାଏ ତାହାବି ବୋଟ ଏବଂ ପାଣିପାଗ ଉପରେ ନିର୍ଭର କରେ । ସୋମବାର ଏହି କାର୍ଯ୍ୟକ୍ରମ ଦ୍ୱାରା ୧୦ ଜଣ ପ୍ରଥମ ଡୋଜ ଟିକା ନେଇଛନ୍ତି ।
ସେ ଆହୁରି କହିଛନ୍ତି ଯେ ଏହି ଟେକ୍ନୋଲୋଜି ଦ୍ୱାରା ଆମେ ଲୋକମାନଙ୍କ ପାଖକୁ ଜୀବନ ରକ୍ଷାକାରୀ ଔଷଧ ପଠାଇବା ସହ ରକ୍ତ ନମୁନା ମଧ୍ୟ ସଂଗ୍ରହ କରିପାରିବୁ । ଏହାଦ୍ୱାରା ଅନେକ ଫାଇଦା ହେବ । ତେବେ ବର୍ତ୍ତମାନ କେବଳ ମଣିପୁର ଏବଂ ନାଗାଲାଣ୍ଡ ଏବଂ ଆଣ୍ଡାମାନ ଏବଂ ନିକୋବର ଆଇଲାଣ୍ଡରେ କାର୍ଯ୍ୟକ୍ଷମ । ଆଇସିଏମଆର ଏହି ଡ୍ରୋନକୁ ଆଇଆଇଟି କାନପୁର ସହଭାଗିତାରେ ଜାରିରଖିଛି ।