ଚୋରି ହେଲେ ଆପେ ଆପେ ଲକ୍ ହୋଇଯିବ ଫୋନ୍‌, ଗୁଗୁଲ ଲଞ୍ଚ୍ କଲା ନୂତନ Theft Detection Lock ଫିଚର

ନୂଆଦିଲ୍ଲୀ: ନିକଟରେ ଗୁଗୁଲ ଏହାର ଆଣ୍ଡ୍ରଏଡ୍ ୧୫ ଲଞ୍ଚ୍ କରିଥିଲା । ନୂତନ ଆଣ୍ଡ୍ରଏଡ୍ ସିଷ୍ଟମ ସହ ଏବେ ସ୍ମାର୍ଟଫୋନ୍ ଆହୁରି ଉନ୍ନତ ହୋଇଯାଇଛି । ଏହି ଗୁଗୁଲ ଆଣ୍ଡ୍ରଏଡ୍ ୧୫ରେ ୟୁଜର୍ସଙ୍କ ପାଇଁ ଅନେକ ସିକ୍ୟୁରିଟି ଫିଚର ଦିଆଯାଇଛି । ଫଳରେ ଫୋନ୍ ଚୋରି ହେଲେ ତୁରନ୍ତ ଲକ୍ କରିଥାଏ । ଫଳରେ ଫୋନର ଅପବ୍ୟବହାର ହେବା ଠାରୁ ୟୁଜର୍ସଙ୍କୁ ସୁରକ୍ଷା ପ୍ରଦାନ କରିଥାଏ ।

ଗୁଗୁଲ ଏହାର ୟୁଜର୍ସଙ୍କ ପାଇଁ ଆଣ୍ଡ୍ରଏଡ୍ ୧୫ ଫୋନରେ Theft Detection Lock ଫିଚର ପ୍ରଦାନ କରୁଛି । ଏହା ବ୍ୟତୀତ ଅନ୍ୟାନ୍ୟ ସିକ୍ୟୁରିଟି ଫିଚର ଯେପରି ଅଫଲାଇନ୍ ଡିଭାଇସ୍ ଲକ୍ ଏବଂ ରିମୋଟ୍ ଲକ୍ ଫିଚର ମଧ୍ୟ ସାମିଲ ରହିଛି ।

Theft Detection Lock ଫିଚର

ଗୁଗୁଲର ନୂତନ Theft Detection Lock ଫିଚର ଫୋନ୍ ଚୋରି ହେଲେ ତୁରନ୍ତ ଏହାକୁ ଲକ୍ କରିଥାଏ । ଫଳରେ ଫୋନ୍ ଚୋରି ହେଲେ ମଧ୍ୟ ଆପଣଙ୍କ ବ୍ୟକ୍ତିଗତ ଡାଟା ସୁରକ୍ଷିତ ରହିଥାଏ । ଅନ୍ୟ ବ୍ୟକ୍ତି ଆପଣଙ୍କ ବ୍ୟକ୍ତିଗତ ଡାଟା ସହଜରେ ଆସେସ୍ କରିପାରିବେ ନାହିଁ । କିନ୍ତୁ ଆପଣଙ୍କ ପାଖରେ Android Goରେ କାମ କରୁଥିବା ଫୋନ୍ ଏବଂ ଟ୍ୟାବ୍ ଥିଲେ ଏହି ଫିଚର କାମ କରିନଥାଏ ।

ଅଫଲାଇନ୍ ଡିଭାଇସ୍ ଲକ୍ ଏବଂ ରିମୋଟ୍ ଲକ୍ ଫିଚର

କମ୍ପାନୀ କହିବାନୁଯାୟୀ ଦୀର୍ଘ ସମୟ ପର୍ଯ୍ୟନ୍ତ ଆପଣଙ୍କ ଫୋନ୍ ରହିଲେ ଅଫଲାଇନ୍ ଡିଭାଇସ୍ ଲକ୍ ଫିଚର କାମ କରିଥାଏ । ଏଭଳି ସ୍ଥିତିରେ ଏହା ଫୋନକୁ ଆପେ ଆପେ ଲକ୍ କରିଥାଏ । ସେହିପରି ରିମୋଟ୍ ଲକରେ ଫୋନ୍ ଚୋରି ହେଲେ ଆପଣ ଅନ୍ୟ ଫୋନ୍ ମାଧ୍ୟମରେ ଡିଭାଇସକୁ ତୁରନ୍ତ ଲକ୍ କରିପାରିବେ ।

Get real time updates directly on you device, subscribe now.