ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରଙ୍ଗ ସ୍ଥିତ ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଜିଆଇଟି)ର ନିର୍ଦ୍ଦେଶକ ପଦର ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଆସନ୍ତା ୧୩ ତାରିଖରେ ଆଇଜିଆଇଟିରେ ପୂରଣ ହେବାକୁ ଥିବା ନିର୍ଦ୍ଦେଶକ ପଦର ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ । ସକାଳ ୧୦.୩୦ ଓ ଦ୍ୱିପ୍ରହର ୨.୩୦ରେ ଦୁଇଟି ପର୍ଯ୍ୟାୟରେ ଡକ୍ୟୁମେଣ୍ଟ ଯାଞ୍ଚ ପ୍ରକ୍ରିୟା ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟରେ ୭ ଜଣ ପ୍ରାର୍ଥୀ ଓ ଦ୍ୱିତୀୟ ପର୍ଯ୍ୟାୟରେ ୫ ଜଣ ପ୍ରାର୍ଥୀଙ୍କର ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ । ଏହାକୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ତରଫରୁ ଏକ ପ୍ରୋଗ୍ରାମ ଜାରି କରାଯାଇଛି । କଟକର ପରିଡ଼ା ରୋଡ଼ ସ୍ଥିତ ଓପିଏସସି ଆୟୋଗ କାର୍ଯ୍ୟାଳୟରେ ଏହି ଡକ୍ୟୁମେଣ୍ଟ ଯାଞ୍ଚ କରାଯି । ଧାର୍ଯ୍ୟ ସମୟରେ ପ୍ରାର୍ଥୀମାନେ ଆବଶ୍ୟକ ଡକ୍ୟୁମେଣ୍ଟ ଧରି ପହଞ୍ଚିବାକୁ କୁହାଯାଇଛି ।