fbpx

ଚତୁର୍ଥ ଲହରକୁ ନେଇ IIT ପ୍ରଫେସରଙ୍କ ଭବିଷ୍ୟବାଣୀ, ଦ୍ୱିତୀୟ ଓ ତୃତୀୟ ଲହର ସମୟରେ କରିଥିଲେ ସଠିକ୍ ଆକଳନ

Advertisement

ନୂଆଦିଲ୍ଲୀ: ଗତ କିଛିଦିନ ହେଲା ସମଗ୍ର ବିଶ୍ୱରେ କୋଭିଡ ସଂକ୍ରମଣ ହ୍ରାସ ପାଇଥିବା ବେଳେ ପୁଣି ଥରେ ଚୀନ ସହ କିଛି ରାଷ୍ଟ୍ରରେ ସଂକ୍ରମଣ ବଢ଼ିବାରେ ଲାଗିଛି । ଭାରତର ଦିଲ୍ଲୀ-ଏନସିଆର ସହ କିଛି ରାଜ୍ୟରେ ପୁଣି ଥରେ ମହାମାରୀ ମୁଣ୍ଡ ଟେକିଲାଣି । ତେଣୁ ଆଗକୁ ଚତୁର୍ଥ ଲହର ଆସିବାର ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ । ତେବେ ଏହା ମଧ୍ୟରେ କାନପୁର ଆଇଆଇଟି ପ୍ରଫେସର ମଣୀନ୍ଦ୍ର ଅଗ୍ରୱାଲ ଭବିଷ୍ୟବାଣୀ କରିଛନ୍ତି । ଗତ ଦୁଇବର୍ଷ ଧରି କରୋନାକୁ ନେଇ ସେ ସଠିକ୍ ଭବିଷ୍ୟବାଣୀ କରିଥିଲେ ।

ପ୍ରଫେସର ଅଗ୍ରୱାଲ ଗାଣିତିକ ସୂତ୍ର ମୁତାବକ ଭବିଷ୍ୟବାଣୀ କରିଥାନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା କୌଣସି ନୂଆ ମ୍ୟୁଟେଣ୍ଟ ଆସିନଥିବାରୁ କୋଭିଡର ଚତୁର୍ଥ ଲହର ଆସିବାର ସମ୍ଭାବନା କମ୍ । ବର୍ତ୍ତମାନ ଲୋକଙ୍କ ଶରୀରରେ ୯୦ ପ୍ରତିଶତ ରୋଗ ପ୍ରତିରୋଧକ କ୍ଷମତା (ଇମ୍ୟୁନିଟି) ତିଆରି ହୋଇସାରିଛି । ଏକ୍ଷେତ୍ରରେ ଲାପରବାହୀ ହେଲେ ମୁଟେଣ୍ଟ ତା’ର ଅସଲ ରୂପ ଦେଖାଇଦେବ । କଟକଣା ଢିଲା କାରଣରୁ ନିକଟରେ ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇଛି । ଅନେକ ସ୍ଥାନରେ ଲୋକମାନେ ମାସ୍କ ପିନ୍ଧିବା ବନ୍ଦ କରିଦେଇଛନ୍ତି, ଯାହାର ପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡ଼ୁଛି । କିନ୍ତୁ ଆମେ ଭୁଲିଯିବା ଅନୁଚିତ ଯେ, ମ୍ୟୁଟେଣ୍ଟ ବର୍ତ୍ତମାନ ସୁଦ୍ଧା ଖତମ ହୋଇନାହିଁ ।

ସୂଚନାଯୋଗ୍ୟ ଯେ, ପ୍ରଫେସର ଅଗ୍ରୱାଲ କୋଭିଡର ଦ୍ୱିତୀୟ ଓ ତୃତୀୟ ଲହର ସମୟରେ ନିଜର ଗାଣିତିକ ମଡେଲ ଉପସ୍ଥାପନ କରିଥିଲେ । ସେ ଦେଶରେ ବିଭିନ୍ନ ରାଜ୍ୟରେ କୋଭିଡର ସ୍ଥିତିକୁ ନେଇ ସ୍ପଷ୍ଟ ମତ ରଖିଥିଲେ । କୋଭିଡର ପିକ୍ ଟାଇମ୍ ଓ ସମାପ୍ତ ଟାଇମର ସେ ସଠିକ୍ ଆକଳନ କରିଥିଲେ । ଏଥିପାଇଁ ତାଙ୍କୁ ସମ୍ମାନିତ ମଧ୍ୟ କରାଯାଇଛି ।

Get real time updates directly on you device, subscribe now.