fbpx

ସ୍କୁଲ ଖୋଲିବାକୁ ପ୍ରସ୍ତୁତି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଡିଇଓଙ୍କୁ ଦିଆଗଲା ଏପରି ନିର୍ଦ୍ଦେଶ

ଭୁବନେଶ୍ୱର: ସରିବାକୁ ଯାଉଛି ଗ୍ରୀଷ୍ମ ଅବକାଶ ଛୁଟି । ତେଣୁ ସ୍କୁଲ ଖୋଲିବା ପୂର୍ବରୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଆସନ୍ତା ୧୭ରେ ଖୋଲିବ ସ୍କୁଲ । ଏହାର ସପ୍ତାହେ ପୂର୍ବରୁ ହେବ ସମସ୍ତ ପ୍ରସ୍ତୁତି । ଶ୍ରେଣୀ ଗୃହ ଠାରୁ ଆରମ୍ଭ କରି ଶୌଚାଳୟ ପର୍ଯ୍ୟନ୍ତ ପରିଷ୍କାର କରିବାକୁ ଦିଆଗଲା ନିର୍ଦ୍ଦେଶ । ସମସ୍ତ ଡିଇଓଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ । ଶ୍ରେଣୀଗୃହ, କ୍ୟାମ୍ପସ ସଫା କରାଯିବା ସହ ଅନାବନା ଗଛ କାଟି ସ୍କୁଲ ପରିସର ପରିଷ୍କାର କରିବାକୁ ଦିଆଗଲା ନିର୍ଦ୍ଦେଶ ।

ସ୍କୁଲରେ ମଧ୍ୟାହ୍ନ ଭୋଜନ ସହ ପାନୀୟ ଜଳର ବି ଯାଞ୍ଚ କରାଯିବ । ସ୍କୁଲ ଖୋଲିବାର ଗୋଟିଏ ଦିନ ପୂର୍ବରୁ ଆସିବେ ପାଚିକା ଓ ସହାୟିକା । ଏଥର ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଲକ୍ଷ୍ୟ କରି ଆଗୁଆ ସମସ୍ତ ବିଦ୍ୟାଳୟ ଗୁଡିକୁ ଛୁଟୀ ଘୋଷଣା କରିଦିଆଯାଇଥିଲା ।

Get real time updates directly on you device, subscribe now.