ଥରେ ଗଲେ ଆଉ ଫେରି ପାରିବେନି: ଏହି ସ୍ଥାନରେ ରହିଛି ନର୍କର ଦ୍ୱାର(Video)

ନୂଆଦିଲ୍ଲୀ:କେବଳ ଆମ ଦେଶ ଭାରତ ନୁହେଁ । ବିଶ୍ୱରେ ଅନେକ ଦେଶ ରହିଛି ଯେଉଁଠି ଅବିଶ୍ୱସନୀୟ ଘଟଣାମାନ ଘଟିଥାଏ । ଏଭଳି ଏକ ମନ୍ଦିର ବିଷୟରେ ଆଜି ଆମେ ଆପଣକୁ କହିବୁ ଯାହାର ରହସ୍ୟରୁ ଏବେ ବି ପରଦା ଉଠିନି । ଆଉ ଆପଣ ମଧ୍ୟ ଆଗରୁ କେବେ ଏହା ବିଷୟରେ ଶୁଣିନଥିବେକି କେଉଁଠି ପଢ଼ିନଥିବେ ମଧ୍ୟ । ଏପରି ମନ୍ଦିର ରହିଛି ତୁର୍କୀରେ । ଯାହାକୁ ନର୍କକୁ ଦ୍ୱାର ବୋଲି କୁହାଯାଏ ।

ତୁର୍କୀରେ ଅବସ୍ଥିତ ଏହି ମନ୍ଦିରକୁ ଯିଏ ଥରେ ଯାଏ ସେ ଆଉ କେବେ ବି ଫେରିନଥାଏ । ମୃତ୍ୟୁ ସୁନିଶ୍ଚିତ । ବାସ୍ତବରେ ଦକ୍ଷିଣ ତୁର୍କୀର ହିରାପୋଲିସ ସହରରେ ଏକ ପ୍ରାଚୀନ ମନ୍ଦିର ରହିଛି । ଏହି ମନ୍ଦିରକୁ ନର୍କର ଦ୍ୱାର ନାମରେ ନାମିତ କରାଯାଇଛି । ଏହାର କାରଣ ହେଉଛି ଏଠାରେ ଲୋକମାନେ ରହସ୍ୟମୟ ଭାବେ ମୃତ୍ୟୁବରଣ କରିଥାନ୍ତି । କେବଳ ମଣିଷ ନୁହଁନ୍ତି ଏହି ମନ୍ଦିର ସଂସ୍ପର୍ଶରେ ଆସୁଥିବା ପଶୁ-ପକ୍ଷୀମାନେ ମଧ୍ୟ ମୃତ୍ୟୁର ଜାଲରେ ଛନ୍ଦି ହୋଇଥାନ୍ତି । ଏଭଳି ଘଟିବା ପଛରେ ଏକ କିମ୍ବଦନ୍ତୀ ରହିଛି । ଈଶ୍ୱରଙ୍କ ବିଷାକ୍ତ ନିଶ୍ୱାସ ଯୋଗୁଁ ଏଠାରେ ଏଭଳି ଘଟେ ବୋଲି ସମସ୍ତେ ମାନବା ସହ ଏହି କାରଣରୁ ଏହି ମନ୍ଦିରକୁ ଲୋକେ ନର୍କର ଦ୍ୱାର ବୋଲି କହିବା ଆରମ୍ଭ କରିଛନ୍ତି ।

ଗ୍ରୀକ୍, ରୋମାନ ସମୟରେ ମଧ୍ୟ ମନ୍ଦିର ବୁଲୁଥିବା ଲୋକଙ୍କ ମୁଣ୍ଡ କାଟି ଦିଆଯାଇଥିଲା । ଯେଉଁଥିପାଇଁ ଭୟରେ ଲୋକେ ସେଠାକୁ ଯିବା ବନ୍ଦ କରିଦେଇଥିଲେ । ପରେ ଏନେଇ ଏକ ଗବେଷଣା ଚାଲିଲା । ବୈଜ୍ଞାନିକଙ୍କ ଆବିଷ୍କାର ପରେ ଏଠାରେ ମୃତ୍ୟୁର ରହସ୍ୟ ସମାଧାନ ହେଲା । ଆଉ କାର୍ବନ ଡାଇଅକ୍ସାଇଡ ଗ୍ୟାସ ମନ୍ଦିର ତଳୁ ବାହାରୁ ଥିବାରୁ ଏପରି ହେଉଥିବା ଅନୁସନ୍ଧାନକାରୀଙ୍କ ଗବେଷଣା ଜଣାପଡିଲା । ଏଠାରେ ଏମିତି ଏକ ସ୍ଥାନରେ ଏକ ଗୁମ୍ଫା ରହିଛି ଯେଉଁଠି ପୃଥିବୀର ଭୂତଳୁ ବିଷାକ୍ତ ଗ୍ୟାସ ବାହାରୁଛି । ଏଥିଯୋଗୁଁ ଏଠାକୁ ଆସୁଥିବା ଲୋକେ ମୃତ୍ୟୁ ମୁଖରେ ପଡିଥାନ୍ତି । ଆଉ ଏଠାରେ ଏହି ଗ୍ୟାସ ୯୧ ପ୍ରତିଶତ ଯାଏଁ ମହଜୁଦ ରହିଛି । ଆଉ ସବୁଠୁ ଆଶ୍ଚଯଁକର କଥା ହେଉଛି ସେଠାରୁ ବାହାରୁଥିବା ଗ୍ୟାସ ହେତୂ ସେଠାକୁ ଆସୁଥିବା କୀଟପତଙ୍ଗ ଏବଂ ପଶୁ ପକ୍ଷୀମାନେ ମଧ୍ୟ ମରିଯାଆନ୍ତି ।

Get real time updates directly on you device, subscribe now.