fbpx

ଦେଶକୁ ଘାରିଲା କରୋନା ଚିନ୍ତା: ଦିନକରେ ୯୦,୯୨୮ ପଜିଟିଭ୍, ୨୬୩୦ ଓମିକ୍ରନ୍

ନୂଆଦିଲ୍ଲୀ: ସମଗ୍ର ଦେଶରେ ଏବେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆଶଙ୍କା ଜାରି ରହିଛି । ଏହାର ପ୍ରଭାବରେ ଆସନ୍ତା ଫେବୃଆରୀ ମାସରେ ତୃତୀୟ ଲହର ଆସିବା ନେଇ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । ଏହାରି ମଧ୍ୟରେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୯୦,୯୨୮ କରୋନା ଆକ୍ରାନ୍ତ ପଜିଟିଭ ଚିହ୍ନଟ ହୋଇଛନ୍ତି । କାଲିଠାରୁ ଆଜି ୩୨ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୈନିକ ପଜିଟିଭିଟି ହାର ୬.୪୩ ପ୍ରତିଶତକୁ ବୃଦ୍ଧି ପାଇଛି ।

ଏହା ସହ ଦେଶରେ ଦିନକରେ ୩୨୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହା ଫଳରେ ଦେଶରେ ମୋଟ ମୃତୁସଂଖ୍ୟା ୪ ଲକ୍ଷ ୮୨ ହଜାର ୮୭୬କୁ ବୃଦ୍ଧି ପାଇଛି । ଦେଶରେ ଆକ୍ଟିଭ କେସ୍ ସଂଖ୍ୟା ବଢ଼ି ୩ ଲକ୍ଷ ମୁହାଁ ହୋଇଛି । ଦେଶରେ ୩ କୋଟି ୪୩ ଲକ୍ଷ ୪୧ ହଜାର ୯ ସୁସ୍ଥ ହୋଇଥିବା ବେଳେ ୨ ଲକ୍ଷ ୮୫ ହଜାର ୪୦୧ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

ସେହିପରି ଦେଶରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୨୬୩୦ରେ ପହଞ୍ଚିଛି । ମହାରାଷ୍ଟ୍ରରୁ ସର୍ବାଧିକ ୭୯୭ , ଦିଲ୍ଲୀରୁ ୪୮୫, ରାଜସ୍ଥାନରୁ ୨୩୬, କେରଳରୁ ୨୩୪, କର୍ଣ୍ଣାଟକରୁ ୨୨୬, ଗୁଜରାଟରୁ ୨୦୪ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.