ଦୁବାଇ: ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ବିଜୟରୁ ଅଭିଯାନ ଆରମ୍ଭ କଲା ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚରେ ବାଂଲାଦେଶକୁ ୬ ୱିକେଟରେ ହରାଇଲା ଭାରତ ।
୨୨୯ ଟାର୍ଗେଟକୁ ୪ ୱିକେଟ ହରାଇ ୪୬.୩ ଓଭରରେ ହାସଲ କଲା ଲକ୍ଷ୍ୟ ।
୯ ଚୌକା ଓ ୨ଟି ଛକା ସହାୟତାରେ ଶୁଭମନ ଗିଲଙ୍କ ଅପରାଜିତ ଶତକ ବିଜୟ ରାସ୍ତା ଖୋଲିଥିଲା ।
ବାଂଲାଦେଶ ୨୨୮ ରନ୍ କରି ଅଲଆଉଟ୍ ହୋଇଥିବାବେଳେ ଭାରତ ୨୩୧ ରନ୍ କରିଥିଲା ମାତ୍ର ୪ ୱିକେଟ ହରାଇ ।