fbpx

ନକଲି କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ ପାଇଁ ଭାରତୀୟ ନିବେଶକ ହରାଇଲେ ଏକ ହଜାର କୋଟି

Advertisement

ନୂଆଦିଲ୍ଲୀ: ନକଲି କ୍ରିପ୍ଟୋକରେନ୍ସିକୁ ନେଇ ଏକ ନୂଆ ଅପଡେଟ୍ ଆସିଛି । ନକଲି କ୍ରିପ୍ଟୋ ପାଇଁ ବିଶ୍ୱ କ୍ରିପ୍ଟୋ ବଜାରରେ ଭାରତୀୟ ନିବେଶକଙ୍କ ପାଖାପାଖି ୧ ହଜାର କୋଟିରୁ ଅଧିକ ଟଙ୍କା କ୍ଷତି ଘଟିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ସାଇବର-ସୁରକ୍ଷା କମ୍ପାନୀ କ୍ଲାଉଡସେକ ପକ୍ଷରୁ କୁହାଯାଇଛି ଯେ, କିଛି ଫିଶିଂ ଡୋମେନ ଓ ଆଣ୍ଡ୍ରଏଡ-ଆଧାରିତ ନକଲି କ୍ରିପ୍ଟୋ ଆପିଲିକେସନକୁ ନେଇ ଚାଲିଥିବା ଏକ ଅପରେସନର ପର୍ଦ୍ଦାଫାସ ହୋଇଛି ।

ରିପୋର୍ଟ ଅନୁଯାୟୀ, ଏଥିରେ ଅନେକ ଫର୍ଜି ୱେବସାଇଟ ‘କାଇନଏଗ’, ୟୁକେର ଏକ କ୍ରିପ୍ଟୋକରେନ୍ସି ଟ୍ରେଡିଂ ପ୍ଲାଟଫର୍ମ ସାମିଲ ରହିଛନ୍ତି । ଜଣେ ନିବେଶକ ୫୦ ଲକ୍ଷ ଟଙ୍କା ହରାଇବା ପରେ ସେ କ୍ଲାଉଡସେକ ସହ ସମ୍ପର୍କ କରିଥିଲେ । କ୍ଲାଉଡସେକର ସଂସ୍ଥାପକ ଓ ସିଇଓ ରାହୁଲ ସସୀ କହିଛନ୍ତି, ବିଭିନ୍ନ ଆଳରେ ଧମକ ଦେଇ କ୍ରିପ୍ଟୋ ଘୋଟାଲା ମାଧ୍ୟମରେ ନିବେଶକଙ୍କୁ ହଜାରେ କୋଟିର ଚୁନା ଲଗାଯାଇଛି ।

ନିବେଶକମାନେ କ୍ରିପ୍ଟୋକରେନ୍ସି ବଜାରରେ ନିଜର ଧ୍ୟାନ କେନ୍ଦ୍ରିତ କରିବା ପର, ସ୍କାମର ଓ ଧୋକେବାଜମାନେ ନିବେଶକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାକୁ ପ୍ରୟାସ କରିଥାନ୍ତି । ଏହି ମାମଲାରେ ଏକ ବୈଧ କ୍ରିପ୍ଟୋ ଏକ୍ସଚେଞ୍ଜର ଡୁପ୍ଲିକେଟ କରାଯାଇଛି । ଠକମାନେ ନିବେଶକଙ୍କ ଇ-ମେଲ ମାଧ୍ୟମରେ ଗୋପନୀୟ ତଥ୍ୟ ଚେରାଇ ନେବା ସହ ଆଇଡି କୋର୍ଡ ଓ ବ୍ୟାଙ୍କ ବିବରଣୀ ପଠାଇବାକୁ ଅନୁରୋଧ କରିଥାନ୍ତି । ପରେ ଏହି ବିବରଣୀକୁ ଉପଯୋଗ କରି ଅନ୍ୟାନ୍ୟ ଠକାମି କାର୍ଯ୍ୟ କରିଥାନ୍ତି ବୋଲି ରିପୋର୍ଟ ମାଧ୍ୟମରେ ଚେତାବନୀ ଦିଆଯାଇଛି ।

Get real time updates directly on you device, subscribe now.