fbpx

Indian Navyରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ ପ୍ରାର୍ଥୀଙ୍କ ଯୋଗ୍ୟତା ଏବଂ ଆବେଦନ ପ୍ରକ୍ରିୟା ?

ଓଡ଼ିଶା ଭାସ୍କର: ଭାରତୀୟ ନୌସେନାରେ ଯୋଗ ଦେବାକୁ ଚାହୁଁଥିବା ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଭାରତୀୟ ନୌସେନା ଏହାର ଅଫିସିଆଲ ନୋଟିଫିକେସନ୍ ମାଧ୍ୟମରେ ୧୦+୨(ବିଟେକ୍‌) କ୍ୟାଡେଟ୍ ଏଣ୍ଟ୍ରି ଅନ୍ତର୍ଗତ ନିଯୁକ୍ତି ପାଇଁ ଆବେଦନ ଆହ୍ୱାନ କରିଛି । ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ joinindiannavy.gov.inକୁ ଯାଇ ଆବେଦନ କରିପାରିବେ । ସୁଦ୍ଧା ଅନଲାଇନ୍ ଆବେଦନ ଦାଖଲ କରିବାର ଶେଷ ତାରିଖ ହେଉଛି ୨୦୨୪, ଜୁଲାଇ ୧୮ ।

ଭାରତୀୟ ନୌସେନାରେ କ୍ୟାଡେଟ୍ ଏଣ୍ଟ୍ରି ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଖରେ କୌଣସି ମାନ୍ୟତା ପ୍ରାପ୍ତ ବୋର୍ଡ଼ରୁ ସିନିୟର ସେକେଣ୍ଡାରୀ ପରୀକ୍ଷା(୧୦+୨ ପାଟର୍ଣ୍ଣ) ବା ସମକକ୍ଷ ଯୋଗ୍ୟତା ରହିବା ଜରୁରୀ । ଏହା ସହ ପ୍ରାର୍ଥୀ ଜଣଙ୍କ ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ ଏବଂ ଗଣିତରେ ୭୦% ମାର୍କ କିମ୍ବା ୧୦ମ/ଦ୍ୱାଦଶରେ ଇଂରାଜୀରେ ସର୍ବନିମ୍ନ ୫୦% ମାର୍କ ରଖିଥିବା ଉଚିତ । ପ୍ରାର୍ଥୀ ୨୦୦୫, ଜୁଲାଇ ୨ରୁ ୨୦୦୮ ଜାନୁଆରୀ ୮ ମଧ୍ୟରେ ଜନ୍ମଗ୍ରହଣ କରିଥିବା ଉଚିତ ।

କିଭଳି ରହିଛି ଚୟନ ପ୍ରକ୍ରିୟା ?

JEE(mains) ଆଲ୍ ଇଣ୍ଡିଆ କମନ୍ ରାଙ୍କ୍ ଲିଷ୍ଟ(CRL) ଆଧାରରେ ପ୍ରାର୍ଥୀଙ୍କୁ ଶର୍ଟଲିଷ୍ଟ କରାଯିବ । ଏହା ପରେ ଶର୍ଟଲିଷ୍ଟ ପ୍ରାର୍ଥୀ ଏସଏସବି ଇଣ୍ଟରଭ୍ୟୁ ପାଇଁ ଯୋଗ୍ୟ ହେବେ । ସେହିପରି ଅସଫଳ ପ୍ରାର୍ଥୀଙ୍କୁ ମେଡିକାଲ ଟେଷ୍ଟ ଦେବାକୁ ପଡ଼ିବ । ଏହି ସମସ୍ତ ରାଉଣ୍ଡ ପରୀକ୍ଷାରେ ପ୍ରାର୍ଥୀଙ୍କ ପରଫର୍ମାନ୍ସ ଆଧାରରେ ମେରିଟ୍ ଲିଷ୍ଟ୍ ପ୍ରସ୍ତୁତ ହେବ ।

ଭାରତୀୟ ନୌସେନାରେ ଆବେଦନ କରିବାର ପ୍ରକ୍ରିୟା

୧. ପ୍ରଥରେ ଭାରତୀୟ ନୌସେନାର ଅଫିସିଆଲ ୱେବସାଇଟ୍ joinindiannavy.gov.inକୁ ଯା’ନ୍ତୁ ।
୨. ଏହା ପରେ ହୋମ୍ ପେଜକୁ ଯାଇ ନିଯୁକ୍ତି ସମ୍ପନ୍ଧୀୟ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ । ଏହା ପରେ ନ୍ୟୁ ରେଜିଷ୍ଟ୍ରସନ୍ କରନ୍ତୁ ।
୩. ରେଜିଷ୍ଟ୍ରସନ୍ କରିବା ପରେ ଲଗ୍ ଇନ୍ ମାଧ୍ୟମରେ ଅନ୍ୟାନ୍ୟ ବିବରଣୀ ଦେଇ ଆବେଦନ ଫର୍ମ ପୂରଣ କରନ୍ତୁ ।
୪. ଫର୍ମ ପୁରଣ କରିବା ପରେ ପୁନଃ ଭଲ ଭାବରେ ଯାଞ୍ଚ କରି ସବମିଟ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ ।
୫. ଏହା ପରେ ଭବିଷ୍ୟତ ପାଇଁ ଏକ ପ୍ରିଣ୍ଟ ଆଉଟ୍ ବାହାର କରି ରଖନ୍ତୁ ।

Get real time updates directly on you device, subscribe now.