ନୂଆଦିଲ୍ଲୀ: ଭାରତରେ ଜମିର ମୂଲ୍ୟ ଆକାଶ ଛୁଇଁଲାଣି । ଖାସକରି ଯଦି ଆପଣ ଦେଶର ଟପ୍ ୫ ସହରରେ ଘର କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଏହାର ମୂଲ୍ୟ ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ । ଏହାପରେ ମଧ୍ୟ ଦେଶର ଲୋକେ କେବଳ ଭାରତରେ ନୁହେଁ, ବରଂ ବିଦେଶରେ ମଧ୍ୟ ବହୁଳମାତ୍ରାରେ ଜମି କିଣୁଛନ୍ତି । ଆସନ୍ତୁ ଜାଣିବା ଏହି ବିଷୟରେ..
ରିପୋର୍ଟ ମୁତାବକ, ଦୁନିଆର ଟପ୍ ଦେଶ ଯେଉଁଠାରେ ସବୁଠୁ ଅଧିକ ଭାରତୀୟ ଜମି କିଣୁଛନ୍ତି । ଏଥିମଧ୍ୟରୁ ଗ୍ରୀସ ପ୍ରଥମ ନମ୍ବରରେ ଅଛି । ଦ୍ୱିତୀୟ ନମ୍ବରରେ ତୁର୍କୀ । ଏହି ଦେଶଗୁଡିକରେ ଭାରତୀୟ ଜମି କିଣି ନିବେଶ କରୁଛନ୍ତି । ତୁର୍କୀରେ ହାରାହାରି ୯୯ ପ୍ରତିଶତ ଲୋକେ ଇସଲାମ ଧର୍ମ ବିଶ୍ୱାସୀ ଅଟନ୍ତି । ସେହିପରି ତୃତୀୟ ନମ୍ବରରେ କ୍ୟାରେବିୟନ ଦେଶ, ଯେଉଁଠାରେ ଭାରତୀୟ ସବୁଠୁ ଅଧିକ ଜମିରେ ନିବେଶ କରୁଛନ୍ତି । ଏହା ବ୍ୟତୀତ, ମାଲ୍ଟା ଏବଂ ସ୍ପେନରେ ମଧ୍ୟ ଭାରତୀୟ ଲୋକେ ଖୁବ ଜୋରରେ ଘର କିଣୁଛନ୍ତି ।
ଅନ୍ୟ ଦେଶମାନଙ୍କରେ ସଂପତ୍ତି କିଣିବା ପଛରେ ଭାରତୀୟମାନଙ୍କର ପ୍ରଥମ ଉଦ୍ଦେଶ୍ୟ ରହୁଛି ଯେ, ଗୋଲ୍ଡେନ ଭୀଜା ହାସଲ କରିବେ । ଏହା ବ୍ୟତୀତ, ଭାରତୀୟ ଲୋକଙ୍କ ମଧ୍ୟରେ ସର୍ବଦା ଗୋଟିଏ କଥା ରହୁଛି ଯେ, ବିଦେଶରେ ନିଜର ଘର ରହୁ । ଯଦି କୌଣସି ଏମାନଙ୍କୁ ନିଜର ଏଠାରେ ଘର କିଣିବାକୁ ସୁଯୋଗ ଦେଉଛି ତେବେ ଭାରତୀୟ ସେଠାରେ ନିବେଶ କରିଦେଉଛନ୍ତି । ବ୍ରିଟେନ ଏବଂ ସାଉଦୀ ଆରବ ଭଳି ଦେଶ ଏହାର ବଡ଼ ଉଦାହରଣ । ଏହି ଦେଶମାନଙ୍କରେ ସାଧାରଣ ଭାରତୀୟଙ୍କ ବ୍ୟତୀତ ବଡ଼-ବଡ଼ ଷ୍ଟାର ମଧ୍ୟ ଘର କିଣୁଛନ୍ତି ।