ନୂଆଦିଲ୍ଲୀ: ବୋମା ସୂଚନା ପରେ, ଇଣ୍ଡିଗୋର ବିମାନଟି ନାଗପୁରରେ ଜରୁରୀକାଳୀନ ଅବତରଣ କରିଛି। ସୂଚନା ଅନୁଯାୟୀ, କୋଚିରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋର ବିମାନ ନମ୍ବର 6E 2706 ନାଗପୁର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।
କୁହାଯାଉଛି ଯେ, ଆଜି ସକାଳ ୯:୨୦ ସମୟରେ କୋଚିରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ ନମ୍ବର 6E 2706ରେ ବୋମା ଧମକ ମିଳିଥିଲା ଏବଂ ଏହାକୁ ନାଗପୁର ବିମାନବନ୍ଦରରେ ଅବତରଣ କରାଯାଇଥିଲା। ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ତଦନ୍ତ ଚାଲିଛି।