fbpx

ଜୁଲାଇ ୩୧ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ

ନୂଆଦିଲ୍ଲୀ, (ଓଡ଼ିଶା ଭାସ୍କର) : କରୋନା ସଂକ୍ରମଣ ଯୋଗୁଁ ଅନ୍ତର୍ଜାତୀୟ ବିମାନ ସେବା ଉପରେ ଲାଗିଥିବା କଟକଣାକୁ ଜୁଲାଇ ୩୧ ଯାଏ ବୃଦ୍ଧି କରିଛି ଡିଜିସିଏ । ବୁଧବାର ଏନେଇ ଘୋଷଣା କରାଯାଇଛି । ଏହା ପୂର୍ବରୁ ଜୁନ୍‌ ୩୦ ଯାଏ ଅନ୍ତର୍ଜାତୀୟ ବିମାନ ସେବା ଉପରେ ରୋକ୍‌ ଲଗାଯାଇଥିଲା । ତେବେ ଡିଜିସିଏ ଜାରି କରିଥିବା ଗାଇଡ୍‌ଲାଇନ୍‌ ଅନୁଯାୟୀ ଯାତ୍ରୀମାନଙ୍କୁ ନେଇ ଯାଉଥିବା ମାଲ ପରିବହନ କରୁଥିବା ବିମାନ ଉପରେ କୌଣସି ପ୍ରତିବନ୍ଧକ ଲାଗୁ ହେବ ନାହିଁ ।

Get real time updates directly on you device, subscribe now.