ଦେଶର ସବୁଠୁ ବଡ଼ ସରକାରୀ ବୀମା କମ୍ପାନୀ ଏଲଆଇସି ନିଜ ଗ୍ରାହକଙ୍କ ପାଇଁ ଅନେକ ଅଫର ଆଣିଥାଏ । ବୀମା କମ୍ପାନୀଙ୍କ ପାଖରେ ପିଲାଙ୍କଠାରୁ ଆରମ୍ଭ କରି ବରିଷ୍ଠ ନାଗରିକଙ୍କ ପର୍ଯ୍ୟନ୍ତ ଏହି ସ୍କିମ୍ ରହିଛି । ପ୍ରତି ବୟସ ବର୍ଗର ବ୍ୟକ୍ତି ଏଲଆଇସି ପଲିସି କିଣିପାରିବେ ଏବଂ ନିଜ ଭବିଷ୍ୟତକୁ ସୁରକ୍ଷିତ କରିପାରିବେ ।
ଏଭଳି ଏକ ପଲିସି ହେଉଛି ଏଲଆଇସି ଜୀବନ ପ୍ରଗତି ପ୍ଲାନ୍ । ଯେଉଁଥିରେ ଆପଣ ପ୍ରତିଦିନ ୨୦୦ ଟଙ୍କା ନିବେଶ କରି ୨୮ ଲକ୍ଷ ପର୍ଯ୍ୟନ୍ତ ଫଣ୍ଡ ବନାଇପାରିବେ । ଯଦି ଆପଣ ଏଲଆଇସିରେ ନିବେଶର ଯୋଜନା କରୁଛନ୍ତି । ତେବେ ଜୀବନ ପ୍ରଗତି ପ୍ଲାନ ଏକ ଭଲ ବିକଳ୍ପ ହୋଇପାରେ ।
ଏହି ପ୍ଲାନରେ ନିବେଶରେ ଭଲ ରିଟର୍ଣ୍ଣ ସହ ଲାଇଫଟାଇମ ସୁରକ୍ଷା ମଧ୍ୟ ମିଳିଥାଏ । ଯଦି କେହି ବ୍ୟକ୍ତି ପ୍ରତିଦିନ ଏହି ପଲିସି ଅନୂଯାୟୀ ୨୦୦ ଟଙ୍କା ନିବେଶ କରୁଛନ୍ତି, ତେବେ ସେ ପ୍ରତିମାସରେ ୬୦୦୦ ଟଙ୍କା ନିବେଶ କରୁଛନ୍ତି । ଯଦି ସେ ଏଭଳି ୨୦ ବର୍ଷ ପାଇଁ ନିବେଶ କରୁଛନ୍ତି । ତେବେ ମ୍ୟାଚୁରିଟି ପୂରା ହେଲେ ତାଙ୍କ ୨୮ ଲକ୍ଷ ଟଙ୍କାର ଫଣ୍ଡ୍ ମିଳିବ । ଏହା ସହ ରିସ୍କ କଭର ମଧ୍ୟ ମିଳିବ ।
ଏଲଆଇସି ଜୀବନ ପ୍ରଗତିର ବିଶେଷତ୍ୱ ହେଉଛି ଯେ ଏଥିରେ ନିବଶେକଙ୍କୁ ରିସ୍କ କଭର ପ୍ରତି ପାଞ୍ଚ ବର୍ଷରେ ବଢ଼ିଥାଏ । ଅର୍ଥାତ୍ ଆପଣଙ୍କୁ ମିଳିବାକୁ ଥିବା ଟଙ୍କା ପାଞ୍ଚ ବର୍ଷରେ ବଢ଼ିଥାଏ । ଯଦି ପଲିସି ଅବଧି ମଧ୍ୟରେ ପଲିସିଧାରକଙ୍କ ମୃତ୍ୟୁ ହେଉଛି ତେବେ ବୀମା ରାଶି ସହ, ସରଳ ରିଭର୍ସନାରୀ ବୋନସ୍ ଏବଂ ଫାଇନାଲ ବୋନସ୍ ମିଶାଇ ପେମେଣ୍ଟ କରାଯିବ ।
ଜୀବନ ପ୍ରଗତି ପଲିସିର ଅବଧି ୧୨ ବର୍ଷ ଏବଂ ସର୍ବାଧିକ ୨୦ ବର୍ଷ ରହିଛି । ଏହି ପଲିସିକୁ ୧୨ ବର୍ଷରୁ ୪୫ ବର୍ଷ ବୟସର ବ୍ୟକ୍ତି କିଣିପାରିବେ । ଏହି ପଲିସିର ପ୍ରିମିୟମ ତ୍ରେିମାସିକ, ଛମାସିକ ଏବଂ ବାର୍ଷିକ ଦେଇପାରିବେ । ଏହି ପଲିସିରେ ନିବେଶର ସର୍ବନିମ୍ନ ରାଶି ହେଉଛି ୧.୫ ଲକ୍ଷ ଟଙ୍କା ଏବଂ ସର୍ବାଧିକ ରାଶି ପାଇଁ କୌଣସି ସୀମା ନାହିଁ ।