fbpx

ଜିଓ ଫାଇନାନସିଆଲ ସର୍ଭିସେଜ ଲଞ୍ଚ କଲେ JioFinance ଆପ, ୟୁଜର୍ସଙ୍କୁ ମିଳିବ ଅନେକ ଅଫର୍ସ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ଫାଇନାନସିଆଲ କମ୍ପାନୀ ଜିଓ ଫାଇନାନସିଆଲ ସର୍ଭିସେଜ ଲିମିଟେଡ ନୂଆ ଜିଓଫାଇନାନ୍ସ ଆପ ଲଞ୍ଚ କରିଛି। ୟୁଜର୍ସ ଗୁଗଲ ପ୍ଲେ ଷ୍ଟୋର ଏବଂ ମାଇଜିଓରୁ ଏହି ଆପକୁ ଡାଉନଲୋଡ କରିପାରିବେ। ଜିଓଫାଇନନ୍ସିଆଲ ଆପ ୟୁଜର୍ସଙ୍କ ପାଇଁ ଅନେକ ଆକର୍ଷଣୀୟ ଅଫରକୁ ନେଇ ଆସିଛି। କମ୍‌ଡାନୀ ରେଗୁଲେଟରୀ ଫାଇଲିଙ୍ଗରେ ଏହି ସୂଚନା ଜାରି କରିଛି।

ଶୁକ୍ରବାର ୧୧ ଅକ୍ଟୋବର ୨୦୨୪ବଜାର ଖୋଲିବା ପୂର୍ବରୁ ଜିଓ ଫାଇନାନସିଆଲ ସର୍ଭିସେଜ ଷ୍ଟକ ଏକ୍ସଚେଞ୍ଜକୁ ରେଗୁଲେଟରୀ ଫାଇଲିଙ୍ଗରେ ଏହି ସୂଚନା ଦେଇଥିଲେ ଯେ, କମ୍ପାନୀ ନୂଆ ଏବଂ ପରିବର୍ତ୍ତନ କରି ଜିଓଫାଇନାନ୍ସ ଆପକୁ ଲଞ୍ଚ କରିଛି, ଯାହାର ବିଟା ଭର୍ଜନ ୩୦ ମେ ୨୦୨୪ରେ ଲଞ୍ଚ କରାଯାଇଥିଲା। କମ୍ପାନୀ କହିଛି ଯେ, ୬ ମିଲିୟନ ୟୁଜର୍ସ ଜିଓ ଫାଇନାନସିଆଲ ସର୍ଭିସେଜ ଲିମିଟେଡର ଏହି ନ୍ୟୁ-ଏଜ ଡିଜିଟାଲ ପ୍ଲାଟଫର୍ମର ଅନୁଭବ ହାସଲ କରିଛି ଏବଂ କଷ୍ଟମର୍ସଙ୍କ ଫିଡବ୍ୟାକ ପରେ କମ୍ପାନୀ ୟୁଜର୍ସଙ୍କ କହିବା ଉପରେ ଆମେରେ ସଂଶୋଧନ କରାଯାଇଛି।

Get real time updates directly on you device, subscribe now.