fbpx

“ଓଡ଼ିଶାରେ ଦେଶୀ ବିଦେଶୀ ମଦ ବନ୍ଦ…”: ଏଭଳି ମିଥ୍ୟା ଗୁଜବ ପ୍ରସାରଣରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ‘ଓଡ଼ିଶା ସରକାରଙ୍କ ବଡ଼ ନିଷ୍ପତ୍ତି । ଓଡ଼ିଶାରେ ଦେଶୀ, ବିଦେଶୀ ମନ୍ଦ ବନ୍ଦ । ସ୍ୱାଧିନତା ଦିବସ ଠାରୁ ଓଡ଼ିଶାରେ ମଦ ବନ୍ଦ ହେବ ।’ ଏଭଳି କିଛି ସୂଚନା ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି । ତେବେ ଏହି ସୂଚନାକୁ ନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ବୟାନ ଜାରି କରାଯାଇଛି । ସାମାଜିକ ଗଣମାଧ୍ୟମରେ ମିଥ୍ୟା ଗୁଜବ ପ୍ରସାରଣରୁ ନିବୃତ୍ତ ରହିବାକୁ କୁହାଯାଇଛି । ଏଭଳି ଫେକ ନ୍ୟୁଜ୍ ପ୍ରତି ସଚେତନ ରହିବାକୁ କୁହାଯିବା ସହ ସର୍ବଦା ସରକାରୀ ସୂତ୍ରରୁ ପ୍ରଦତ୍ତ ତଥ୍ୟ ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି । ଏପରି କରିବା ବେଆଇନ ବୋଲି କୁହାଯାଇଛି । ସୂଚନାଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ଅନେକ ଥର ରାଜ୍ୟ ସରକାରଙ୍କୁ ନେଇ ଅନେକ ମିଥ୍ୟା ଗୁଜବ ସୋସିଆଲ ମିଡ଼ିଆରେ ପ୍ରକାଶ ପାଇଥିଲା ।

Get real time updates directly on you device, subscribe now.