fbpx

ଇତିହାସ ରଚିବ Chandrayaan-4, ଚନ୍ଦ୍ରରେ ଲ୍ୟାଣ୍ଡିଙ୍ଗ ପୂର୍ବରୁ ହେବ କମାଲ, ଇସ୍ରୋ ପ୍ରସ୍ତୁତ କଲା ଜବରଦସ୍ତ ପ୍ଲାନ

ନୂଆଦିଲ୍ଲୀ: ଚନ୍ଦ୍ରଜାନ-୩କୁ ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ଲ୍ୟାଣ୍ଡ କରି ଇସ୍ରୋ ଇତିହାସ ରଚିସାରିଛି । ଭାରତୀୟ ଅନ୍ତରୀକ୍ଷ ଚନ୍ଦ୍ରଜାନ-୩ର ସଫଳତା ପରେ ଏବେ ଇସ୍ରୋର ସମସ୍ତ ଫୋକସ ଚନ୍ଦ୍ରଜାନ-୪ ଉପରେ । ବୁଧବାର ଦିନ ଇସ୍ରୋର ଚିଫ ଏସ ସୋମନାଥ ବଡ଼ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, ଚନ୍ଦ୍ରଜାନ-୪ର ଅଂଶ ଗୋଟିଏ ନୁହେଁ, ଦୁଇଟି ଲଞ୍ଚିଙ୍ଗରେ ପଠାଯିବ । ଏହି ଭାଗକୁ ପ୍ରଥମ କକ୍ଷରେ ପଠାଯିବ ଏବଂ ପୁଣି ଅନ୍ତରୀକ୍ଷରେ ଯୋଡାଯିବ । ଯଦି ଏପରି ହୁଏ ତେବେ ସମ୍ବବତଃ ଏହା ଦୁନିଆରେ ପ୍ରଥମଥର ହେବ ଏବଂ ଚନ୍ଦ୍ର ଉପରେ ପହଞ୍ଚିବା ପୂର୍ବରୁ ଇସ୍ରୋ ଇତିହାସ ରଚନା କରିବ । ସେ କହିଛନ୍ତି ଯେ, ଚନ୍ଦ୍ରଜାନ-୪ର ମୁଖ୍ୟ ଲକ୍ଷ ଚନ୍ଦ୍ରରୁ ନମୁନା ଆଣିବା ।

ଇସ୍ରୋର ମିଶନ ଚନ୍ଦ୍ରଜାନ-୪ ଜଟିଳ ଏବଂ ମହତ୍ତ୍ୱପୂର୍ଣ୍ଣ ମିଶନ ଅଟେ । ଏହି ମିଶନର ସବୁଠାରୁ ଖାସ କଥା ହେଉଛି ଯେ, ଲ୍ୟାଣ୍ଡର ଇସ୍ରୋ ପ୍ରସ୍ତୁତ କରୁଛି ଏବଂ ରୋବର ମଡ୍ୟୁଲ ଜାପାନ ପ୍ରସ୍ତୁତ କରୁଛି । ଏହି ମିଶନ ଇସ୍ରୋ ଏବଂ ଜାପାନ JAXA ଦ୍ୱାରା ସଂଯୁକ୍ତ ଭାବେ କରାଯାଉଛି । ଇସ୍ରୋ ପ୬ଥମେ କହିସାରିଛି ଯେ, ଚନ୍ଦ୍ରଜାନ-୪ର ଲ୍ୟାଣ୍ଡିଙ୍ଗ ସାଇଟ ଶିବ-ଶକ୍ତି ପଏଣ୍ଟରେ ହେବ । ଏହା ସେହି ସ୍ଥାନ, ଯେଉଁଠାରେ ଚନ୍ଦ୍ରଜାନ-୩ ଲ୍ୟାଣ୍ଡିଙ୍ଗ ହୋଇଥିଲା । ଏହା ଏଥିପାଇଁ କାରଣ ଚନ୍ଦ୍ରଜାନ-୩ ଲ୍ୟାଣ୍ଡିଙ୍ଗ ପରେ ଚନ୍ଦ୍ରରେ ଅନେକ ମହତ୍ତ୍ୱପୂର୍ଣ୍ଣ ସ୍ଥାନରେ ଅନୁସନ୍ଧାନ କରିଥିଲା । ଯାହା ନୂଆ ମିଶନରେ ଅନେକ ସାହାଯ୍ୟ କରିବ ।

Get real time updates directly on you device, subscribe now.