fbpx

ଆଜିଠୁ ରାଷ୍ଟ୍ରପତିଙ୍କ ୪ଦିନିଆ ଜମ୍ମୁ-କଶ୍ମୀର ଗସ୍ତ, କାର୍‌ଗିଲ ବିଜୟ ଦିବସ କାର୍ଯ୍ୟକ୍ରମରେ ହେବ ସାମିଲ୍

ନୂଆଦିଲ୍ଲୀ, (ଭାସ୍କର ନ୍ୟୁଜ୍):ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାରଠାରୁ ଜାମ୍ମୁ-କାଶ୍ମୀର ଓ ଲଦାଖ ୪ ଦିନିଆ ଗସ୍ତରେ ଯିବେ । ଏହି ଅବସରରେ ରାଷ୍ଟ୍ରପତି କାରଗିଲ୍‌ ବିଜୟ ଦିବସ ଓ କାଶ୍ମୀର ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ସମାରୋହରେ ଅଂଶ ଗ୍ରହଣ କରିବେ । ରାଷ୍ଟ୍ରପତି କାର୍ଯ୍ୟାଳୟ ସୂତ୍ରରୁ ଏସମ୍ପର୍କରେ ସୂଚନା ଦିଆଯାଇଛି ।

ସୂଚନା ମୁତାବିକ, ୨୬ ତାରିଖରେ କାର୍‌ଗିଲ ବିଜୟ ଦିବସର ୨୨ ବର୍ଷ ପୂର୍ତ୍ତି ଅବସରରେ ରାଷ୍ଟ୍ରପତି ଲଦାଖର ଦ୍ରାସସ୍ଥିତ କାର୍‌ଗିଲ ଯୁଦ୍ଧ ସ୍ମାରକୀରେ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ । ୨୭ ତାରିଖରେ ରାଷ୍ଟ୍ରପତି ଶ୍ରୀନଗରସ୍ଥିତ କାଶ୍ମୀର ବିଶ୍ୱବିଦ୍ୟାଳୟର ୧୯ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ।

Get real time updates directly on you device, subscribe now.