fbpx

(Video) ଘାଟିରେ ଓଲଟିଲା ଶ୍ରଦ୍ଧାଳୁ ବୋଝେଇ ବସ୍‌, ୧୦ ମୃତ, ଆତଙ୍କବାଦୀ ଆକ୍ରମଣ ସନ୍ଦେହ

ନୂଆଦିଲ୍ଲୀ: ରବିବାର ଦିନ ଜାମ୍ମୁ କାଶ୍ମୀରରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଘାଟିରେ ଓଲଟି ପଡିଛି। ଏହି ବସ୍ ରେସି ଜିଲ୍ଲାରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ପ୍ରାରମ୍ଭିକ ଖବର ଅନୁଯାୟୀ, ଆତଙ୍କବାଦୀମାନେ ବସ୍ ଉପରେ ଗୁଳି ଚଳାଇଥିଲେ, ପରେ ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। କୁହାଯାଉଛି ଯେ ଏହି ବସ୍ ଜିଲ୍ଲାର ଶିବ ଖୋଦୀ ଅଭିମୁଖେ ଯାଉଥିଲାବେଳେ ରାସ୍ତାରେ ଆକ୍ରମଣ ହେତୁ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି।

ଅନ୍ୟପକ୍ଷରେ ରେସି ଜିଲ୍ଲା କଲେକ୍ଟର ବିଶ୍ୱଶ ମହାଜନ ଏହି ଘଟଣାକୁ ନିଶ୍ଚିତ କରି କହିଛନ୍ତି ଯେ ବସଟି ଘାଟିରେ ପଡ଼ିଯିବା କାରଣରୁ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଅଧିକାରୀ କହିଛନ୍ତି ଯେ ସନ୍ଦିଗ୍ଧ ଆତଙ୍କବାଦୀମାନେ ବସ୍‌ରେ ଗୁଳି ଚଳାଇଥିଲେ। ଏହି ବସ୍ ତୀର୍ଥଯାତ୍ରୀମାନଙ୍କୁ ଶିବ ଖୋଦୀ ମନ୍ଦିରକୁ ନେଇ ଯାଉଥିଲା। ଅଧିକାରୀ କହିଛନ୍ତି ଯେ ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ପୋନି ଅଞ୍ଚଳର ଟେରିଆଥ ଗ୍ରାମରେ ଏହି ବସ୍ ଉପରେ ଆକ୍ରମଣ କରାଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ତୁରନ୍ତ ପୋଲିସ, ସେନା ଏବଂ ସାମରିକ ବାହିନୀର ଟିମ୍ ଉଦ୍ଧାର ପାଇଁ ପଠାଯାଇଥିଲା।

Get real time updates directly on you device, subscribe now.