fbpx

ବିହାର ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫା ପତ୍ର ଦେଲେ ଜେଡିୟୁ ଅଧ୍ୟକ୍ଷ ଲଲନ ସିଂ

ନୂଆଦିଲ୍ଲୀ: ଜନତା ଦଳ ୟୁନାଇଟେଡ଼(ଜେଡିୟୁ) ଅଧ୍ୟକ୍ଷ ଲଲନ ସିଂ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ବର୍ତ୍ତମାନ ତାଙ୍କ ଇସ୍ତଫା ଗ୍ରହଣ ହୋଇନଥିବା ବେଳେ ଡିସେମ୍ବର ୨୯ରେ ଦିଲ୍ଲୀରେ ହେବାକୁ ଥିବା ଜେଡିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଏବଂ ରାଷ୍ଟ୍ରୀୟ ପରିଷଦ ବୈଠକରେ ଏହି ନିଷ୍ପତ୍ତି ଉପରେ ମୋହର ଲାଗିବ । ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କୁ ଲଲନ ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି । ତେବେ ଲଲନଙ୍କ ଇସ୍ତଫାକୁ ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ । ଏଥିମଧ୍ୟରେ ନିତୀଶ କୁମାରଙ୍କ ଦଳର ଅବସ୍ଥାକୁ ନେଇ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.