fbpx

Jio ଲଞ୍ଚ କଲା ଫାଇନାନ୍ସ ଆପ, PhonePe, Google Pay ର ବଢିଲା ଚିନ୍ତା

Advertisement

ନୂଆଦିଲ୍ଲୀ: Jio Financial Service ଫାଇନାନ୍ସ ଆପ ଲଞ୍ଚ କରିଛି । ଏହି ଆପ ଜରିଆରେ ୟୁଜର୍ସ ଡିଜିଟାଲ ବ୍ୟାଙ୍କିଙ୍ଗ ସର୍ଭିସେଜ ପରି ୟୁପିଆଇ ଟ୍ରାଞ୍ଜାକ୍ସନ, ବିଲ ପେମେଣ୍ଟ ଏନଂ ଇନସୁରାନ୍ସ ସର୍ଭିସେଜକୁ ମ୍ୟାନେଜ କରିପାରିବେ । ଜିଓ ଫାଇନାନ୍ସ ଆପକୁ ବୀଟା ଭର୍ଜନରେ ଜେନେରେଟ କରାଯାଇଛି । କମ୍ପାନୀ କହିବା ଅନୁଯାୟୀ ଏହି ଆପ ଜରିଆରେ ୟୁଜର୍ସ ଗୋଟିଏ ସ୍ଥାନରେ ସମସ୍ତ ଫାଇନାନ୍ସିଆଲ ସର୍ଭିସେଜକୁ ଉପଭୋଗ କରିପାରିବେ । ଏହି ଆପ Airtel Payments Bank, PhonePe, Google Pay, Tata Neu ଭଳି ପୂର୍ବରୁ ଥିବା ଫାଇନାନସିଆଲ ସର୍ଭିସ ଆପକୁ ଟକ୍କର ଦେବ ।

ଜିଓ ଫାଇନାନସିଆଲ ସର୍ଭିସେଜ ନିଜ ବିବୃତ୍ତିରେ କହିଛି ଯେ, ଏହି ଆପ ଡିଜିଟାଲ ବ୍ୟାଙ୍କିଙ୍ଗ, ୟୁପିଆଇ ପେମେଣ୍ଟ, ବିଲ ପେମେଣ୍ଟ, ବୀମା ପରାମର୍ଶକୁ ଏକସାଙ୍ଗରେ ଆଣିଥାଏ । ଏଥିସହ ଏକ ଉପଭୋକ୍ତାଙ୍କୁ ସହଜ ଉପାୟରେ ବିଭିନ୍ନ ଆକାଉଣ୍ଟ ଏବଂ ସଞ୍ଚୟକୁ ଦେଖିବା ପାଇଁ ସୁବିଧା ପ୍ରଦାନ କରିଥାଏ ।

Jio Financial Service ଆଗକୁ କହିଛି ଯେ, ଆଗାମୀ ଦିନ ମାନଙ୍କରେ JioFinance ଆପ ଜରିଆରେ ଲୋନ ସୁବିଧା, ମ୍ୟୁଚୁଆଲ ଫଣ୍ଡ ନିବେଶ ଉପରେ ଲୋନ ଭଳି ସୁବିଧାମାନ ମଧ୍ୟ ଯୋଡାଯିବ । ଏହି ଆପ ଜରିଆରେ ୟୁଜର୍ସ ଇନଷ୍ଟାଣ୍ଟ ବ୍ୟାଙ୍କ ଆକାଉଣ୍ଟକୁ ଡିଜିଟାଲି ଓପନ କରିପାରେ । କମ୍ପାନୀର ପ୍ରବକ୍ତା କହିଛନ୍ତି ଯେ, ଆମ ଲକ୍ଷ୍ୟ ଲୋନ, ନିବେଶ, ବୀମା, ପେମେଣ୍ଟ ଭଳି ଅନେକ ସର୍ଭିସକୁ ପ୍ରତି ବର୍ଗର ଲୋକଙ୍କ ପାଇଁ ଗୋଟିଏ ପ୍ଲାଟଫର୍ମରେ ଉପଲବ୍ଧ କରାଇବା ଏବଂ ଆର୍ଥିକ ସେବାମାନକୁ ସହଜରେ ଯୋଗାଇବା ।

Get real time updates directly on you device, subscribe now.