fbpx

‘Jio Tag Air’ ଖୋଜିଦେବ ଆପଣଙ୍କର ହଜିଯାଇଥିବା ଓ ଚୋରି ଜିନିଷ: ବିକ୍ରି ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଭାରତୀୟ ବଜାରରେ ତା’ର ନୂଆ ଡିଭାଇସ୍ ଲଞ୍ଚ କରିଛି । କିଛିଦିନ ପୂର୍ବରୁ ବିନା ସୂଚନାରେ କମ୍ପାନୀ ‘ଜିଓ ଟ୍ୟାଗ ଏୟାର’ ଭାରତରେ ଲଞ୍ଚ କରିଥିଲା । ଏହା ଏକ ବ୍ଲୁଟୁଥ୍ ଟ୍ରାକିଂ ଡିଭାଇସ ହୋଇଥିବା ବେଳେ କମ୍ପାନୀ ଏହାକୁ ଅତ୍ୟନ୍ତ ଶସ୍ତାରେ ଜାରି କରିଛି । ଏହି ଡିଭାଇସ ଜରିଆରେ ଗ୍ରାହକମାନେ ଜିଓମାର୍ଟରୁ ନିଜ ପସନ୍ଦର ସାମଗ୍ରୀ କ୍ରୟ କରିପାରିବେ । ଏହା ପୂର୍ବରୁ କମ୍ପାନୀ ଏକ ଟ୍ରାକର ଲଞ୍ଚ କରିଥିବା ବେଳେ ଏହା ହେଉଛି ଦ୍ୱିତୀୟ ଟ୍ରାକର ଡିଭାଇସ ।

ତେବେ ସବୁଠାରୁ ବଡ଼ କଥା ହେଉଛି, ଏହି ଡିଭାଇସ ଆପଣଙ୍କର ଚୋରି ସାମଗ୍ରୀ ଖୋଜି ପାରିବ । ଆମାଜନ ଇଣ୍ଡିଆ ପ୍ଲାଟଫମରେ ଏହାର ସେଲ୍ ଆରମ୍ଭ ହୋଇଛି । ଏହା ପୂର୍ବରୁ କମ୍ପାନୀ ଅନ୍ୟ ଟ୍ରାକର ଲଞ୍ଚ କରିସାରିଥିବା ବେଳେ ଏହି ନୂଆ ଟ୍ୟାଗ କୌଣସି ସାମଗ୍ରୀକୁ ଚୋରି ହେବାରୁ ଓ ହଜିବାରୁ ବଞ୍ଚାଇ ପାରିବ । ଜିଓ ଟ୍ୟାଗ ଏୟାରକୁ ଗ୍ରାହକମାନେ ଆଇଓଏସ ଓ ଆଣ୍ଡ୍ରଏଡ ଉଭୟ ପ୍ଲାଟଫର୍ମରେ ୟୁଜ୍ କରିପାରିବେ । ଏହା ବ୍ଲୁଟୁଥ୍ କନେକ୍ଟିଭିଟି ସହିତ ଆସୁଛି । ଏହି ଡିଭାଇସ୍ ଆପଲ ଫାଇଣ୍ଡ ମାଇ ଓ ଜିଓ ଥିଙ୍ଗସ ଦୁଇଟି ଯାକରେ ଆସୁଛି ।

ଏହି ଡିଭାଇସକୁ ଆପଣମାନେ ଭାରତରେ କିଣିପାରିବେ । ଏହାର ସହାୟତାରେ ଆପଣମାନେ କୌଣସି ଜିନିଷକୁ ଟ୍ରାକ କରିବା ସହଜ ହୋଇଯିବ । ଜିଓ ମାର୍ଟରୁ ଆପଣମାନେ ଏହାକୁ କ୍ରୟ କରିପାରିବେ । ଏହାର ମୂଲ୍ୟ ଏବେ ୧୪୯୯ ଟଙ୍କା ରହିଛି । ରେଡ, ବ୍ଲୁ ଓ ଗ୍ରେ କଲର ମଧ୍ୟରୁ ଗୋଟିଏ ବାଛି ଆପଣମାନେ ଏହାକୁ କିଣିପାରିବେ । ନିଜର ଜିନିଷକୁ ଏଣେତେଣେ ରଖି ଭୁଲିଯାଉଥିବା ଲୋକଙ୍କ ପାଇଁ ଏହି ଟ୍ରାକର ବେଶ୍ ସହାୟକ ହୋଇପାରିବ । ଜିଓ ଟ୍ୟାଗ ଏୟାର ସିଙ୍ଗଲ ବ୍ୟାଟେରୀରେ ୧୨ ମାସ ପର୍ଯ୍ୟନ୍ତ କାମ କରିପାରିବ । ଏଥିସହିତ ରିଟେଲ ବକ୍ସରେ ଆପଣଙ୍କୁ ଅତିରିକ୍ତ ବ୍ୟାଟେରୀ ମଧ୍ୟ ମିଳିବ । ଆପଣମାନେ ଏହାକୁ କିଚେନରେ ୟୁଜ୍ କରିପାରିବେ ବା ନିଜର ୱାଲେଟରେ ରଖିପାରିବେ ।

Get real time updates directly on you device, subscribe now.