ରାଇରଙ୍ଗପୁରରୁ ଯିବେ ରାଇସିନା ହିଲ୍, ଦୁଃଖଦ ଥିଲା ବ୍ୟକ୍ତିଗତ ଜୀବନ

ଭୁବନେଶ୍ୱର: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ କେନ୍ଦ୍ରର ବିଜେପି ନେତୃତ୍ୱାଧିନ ଶସନ ଏନଡିଏ ମେଣ୍ଟ ଓଡ଼ିଶାର ଆଦିବାସୀ ନେତ୍ରୀ ତଥା ଝାଡ଼ଖଣ୍ଡର ପୁର୍ବତ୍ତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜେପି ନେତ୍ରୀ ଭାବରେ ସୁନାମ ଅର୍ଜନ କରିଥିବା ଦ୍ରୌପଦୀ ଦେଶର ସର୍ବୋଚ୍ଚ ପଦବୀ ପାଇଁ ନିର୍ବାଚିତ ହେବା ଏକ ପ୍ରକାର ନିଶ୍ଚିତ। ଯଦି ଏମିତି ହୁଏ ତାହେଲେ ସେ ହେବେ ପ୍ରଥମ ଆଦିବାସୀ ରାଷ୍ଟ୍ରପତି। ତେବେ ଆସନ୍ତୁ ଜାଣିବା ଦ୍ରୌପଦୀଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ।

ଦ୍ରୌପଦୀ ମୁର୍ମୁ ଶ୍ୟାମ ଚରଣ ମୁର୍ମୁଙ୍କୁ ବିବାହ କରିଥିଲେ। ତାଙ୍କର ୨ପୁଅ ଏବଂ ଗୋଟିଏ ଝିଅ। ଇତିମଧ୍ୟରେ ସ୍ବାମୀ ଏବଂ ୨ପୁଅ ଲକ୍ଷ୍ମଣ ଏବଂ ସିପୁନ ମୁମୁଙ୍କ ମୃତ୍ୟୁ ହୋଇଥିବାବେଳେ ଝିଅ ଇତିଶ୍ରୀ ଏକ ବ୍ୟାଙ୍କରେ ଚାକିରି କରୁଛନ୍ତି। ଦ୍ରୌପଦୀଙ୍କ ସ୍ବାମୀ ଶ୍ୟାମଚରଣ ଜଣେ ବ୍ୟାଙ୍କ ଅଧିକାରୀ ଥିଲେ। ଦ୍ରୌପଦୀ ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ପରେ ଶ୍ୟାମଚରଣ ଚାକିରି ଛାଡ଼ି ଦେଇଥିଲେ। ପରେ ୨୦୧୪ରେ ତାଙ୍କର ମୃତ୍ୟୁ ଘଟିଥିଲା। ହେଲେ ୨ପୁଅ ଏବଂ ସିପୁନଙ୍କ ମୃତ୍ୟୁ ଏବେବି ରହସ୍ୟ ଘେରରେ ରହିଛି।

୨୦୦୯ ଅକ୍ଟୋବର ୨୭ରେ ବଡ଼ ପୁଅ ଲକ୍ଷ୍ମଣ (୨୫) ଙ୍କ ଭୁବନେଶ୍ବର ପାତ୍ରପଡ଼ା ଠାରେ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିଲା ପୂର୍ବ ରାତିରେ ସେ କିଛି ବନ୍ଧୁଙ୍କ ସହ ହୋଟେଲକୁ ଖାଇବାକୁ ଯାଇଥିଲେ। ସେଠାରୁ ଘରକୁ ଫେରି ଶୋଇଥିଲେ। ସକାଳୁ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ସେହିପରି ସାନ ପୁଅ ସିପୁନଙ୍କ ଯଶିପୁରଠାରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା।