fbpx

ବିଶାଖାପାଟନାମ ଷ୍ଟେସନରେ କୋରବା ଏକ୍ସପ୍ରେସରେ ଲାଗିଲା ନିଆଁ, ଜଳିଗଲା ୩ଟି ବଗି, ସମସ୍ତ ଯାତ୍ରୀ ସୁରକ୍ଷିତ

ଓଡ଼ିଶା ଭାସ୍କର: ବିଶାଖାପାଟନାମ ଷ୍ଟେସନରେ ଭୟଙ୍କର ଅଗ୍ନିକାଣ୍ଡ । ଷ୍ଟେସନରେ ଛିଡ଼ା ହୋଇଥିବା ବେଳେ ଧୁ ଧୁ ହୋଇ ଜଳିଥିଲା କୋରବା ଏକ୍ସପ୍ରେସର ୩ଟି ବଗି । ଏହି ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ସମଗ୍ର ଷ୍ଟେସନ ଧୁଆଁମୟ ହୋଇଯାଇଥିଲା । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି । ଖବର ପାଇ ଦମକଳ ବାହିନୀ ଆସି ନିଆଁକୁ ଆୟତ କରିଥିଲେ ।

ରେଳବାଇ ଅଧିକାରୀଙ୍କ କହିବାନୁଯାୟୀ ତିରୁମାଲା ଅଭିମୁଖେ ଯାତ୍ରା କରୁଥିଲା କୋରବା ଏକ୍ସପ୍ରେସ । ଟ୍ରେନଟି ବିଶାଖାପାଟନାମ ରେଳ ଷ୍ଟେସନର ପ୍ଲାଟଫର୍ମ ୪ରେ ଛିଡ଼ା ହୋଇଥିଲା । ହଠାତ ଟ୍ରେନର ଖାଲି ଥିବା ବଗିରେ ନିଆଁ ଲାଗିଥିଲା । ଏହି ଅଗ୍ନିକାଣ୍ଡ ପ୍ରଥମେ ବି-୭ କୋଚର ଶୌଚାଳୟରେ ସର୍ଟସର୍କିଟ ଯୋଗୁଁ ହୋଇଥିଲା । ବି-୭ ବଗି ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ବି-୬ ଓ ଏମ୍ ୧ ବଗି ଆଂଶିକ ଜଳି ଥିଲା । ଆଜି ଛତିଶଗଡ଼ କୋରବାରୁ ସକାଳ ସାଢ଼େ ୬ଟାରେ ବିଶାଖାପାଟନାମ ରେଳ ଷ୍ଟେସନ ପହଂଚିଥିଲା କୋରବା ଏକ୍ସପ୍ରେସ(୧୮୫୧୭) । କିନ୍ତୁ ସକାଳ ପ୍ରାୟ ୧୦ଟା ପାଖାପାଖି ଏଥିରେ ଅଗ୍ନିକାଣ୍ଡ ଘଟିଥିଲା । ଅପରପକ୍ଷଷର ରେଳ ଅଧିକାରୀଙ୍କ ପକ୍ଷରୁ ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.