fbpx

ପ୍ରଧାନମନ୍ତ୍ରୀଙ୍କ ଡ୍ରିମ ପ୍ରୋଜେକ୍ଟ ଓ ଦେଶର ଚିତା ପ୍ରୋଜେକ୍ଟକୁ ଏକ ବଡ ଝଟକା, ବିଶେଷଜ୍ଞ କ’ଣ କହିଲେ ଆସନ୍ତୁ ଜାଣିବା

 ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଶୋପୁର ସ୍ଥିତ କୁନୋ ନ୍ୟାସନାଲ ପାର୍କକୁ ନେଇ ଆସିଛି ଚିନ୍ତିତ କରିଦେବା ଭଳି ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡ୍ରିମ ପ୍ରୋଜେକ୍ଟ ଓ ଦେଶର ଚିତା ପ୍ରୋଜେକ୍ଟକୁ ଏକ ବଡ ଝଟକା ଲାଗିବାକୁ ଯାଉଛି । ଚିତା ପ୍ରୋଜେକ୍ଟ ସହ ଜଡିତ ଦକ୍ଷିଣ ଆଫ୍ରିକା ବିଶେଷଜ୍ଞଙ୍କ ମତ କୁନୋ ନ୍ୟାସନାଲ ପାର୍କ ଅଣାଯାଇଥିବା ୨୦ ଚିତାଙ୍କ ମଧ୍ୟରୁ କେବଳ ୫ କିମ୍ବା ୭ ଚିତା ଜୀବିତ ରହିବେ । ସେ କହିଛନ୍ତି ଭାରତରେ ହେଉଥିବା ଚିତାଙ୍କ ମୃତ୍ୟୁ ସ୍ୱଭାବିକ । ସେ କହିଛନ୍ତି ଦକ୍ଷିଣ ଆଫ୍ରିକା ଚିତାଙ୍କୁ ନେଇ ୧୯୬୬ରେ ପ୍ରୋଜେକ୍ଟ ଆରମ୍ଭ କରିଥିଲା । ଚିତାକୁ ସେମାନଙ୍କ ଦେଶର ପରିଚୟ ଭାବରେ ରୂପ ଦେବା ପାଇଁ ସେମାନଙ୍କୁ ୨୬ ବର୍ଷ ସମୟ ଲାଗିଥିଲା । ଏହି ସମୟରେ ୨୦୦ ଚିତାଙ୍କ ମୃତ୍ୟୁ ବି ହୋଇଯାଇଥିଲା ।

ବିଶେଷଜ୍ଞ କହିଛନ୍ତି ଚିତାଙ୍କ ସୁରକ୍ଷା କରିବା ଦିଗରେ ପାଣିପାଗ ସବୁଠାରୁ ବଡ ବାଧକ ହୋଇଥାଏ । ସେ କହିଛନ୍ତି ଚିତା ପ୍ରୋଜେକ୍ଟକୁ ସେତେବେଳେ ସବୁଠାରୁ ବଡ ଧକ୍କା ଲାଗିଥିଲା ଯେତେବେଳେ ସେପ୍ଟୀସେମିଆ ରୋଗରେ ୩ ଗୋଟି ଚିତାଙ୍କ ମୃତ୍ୟୁ ହୋଇଥିଲା । ସେପ୍ଟୀସେମିଆ ଏକ ଏପରି ରୋଗ ଯେଉଁଥିରେ ରୋଗୀର ରୋଗ ପ୍ରତିରୋଧକ ଶକ୍ତି ବହୁତ ଦୂର୍ବଳ ହୋଇଯାଇଥାଏ । ଏହି ରୋଗରେ ରକ୍ତରେ ଏକ ବିଶେଷ ଧରଣର ରସାୟନ ବହୁ ମାତ୍ରାରେ ସୃଷ୍ଟି ହୋଇଥାଏ । ଏହି ରସାୟନ ଦ୍ୱାରା ଶରୀର ଫୁଲିଯାଏ । ଫଳରେ ରୋଗୀର ବହୁ ଅଙ୍ଗ କାମ କରିବା ବନ୍ଦ କରିଦିଏ ।

କାହିଁକି ଭାରତରେ ଚିତାଙ୍କ ମୃତ୍ୟୁ ଘଟୁଛି ସେ ସଂପର୍କରେ ବିଶେଷଜ୍ଞ କହିଛନ୍ତି ଏହି ଚିତା ବିଦେଶରେ ଏପ୍ରିଲ ମେ’ ମାସରେ ଥଣ୍ଡା ଜଳବାୟୁରେ ଥିଲେ । କିନ୍ତୁ ଭାରତରେ ଏହି ସମୟରେ ପ୍ରବଳ ଗରମ କାରଣରୁ ସେମାନେ ତ୍ୱଚା ସଂକ୍ରମଣର ଶିକାର ହୋଇଥିଲେ । ସେମାନେ କହିଛନ୍ତି ଭାରତରେ ଚିତାଙ୍କୁ ଚିକିତ୍ସା କରାଯାଇଛି । ଏହି ଚିକିତ୍ସା ଆଗାମୀ ବର୍ଷ ମୌସୁମୀ ଆସିବା ପର୍ଯ୍ୟନ୍ତ ଜାରି ରହିବ । ଏହାଦ୍ୱାରା ପାରାସାଇଟ କମ୍ ହେବ ଓ ଚିତାଙ୍କ ରୋଗ ପ୍ରତିରୋଧ ଶକ୍ତି ବି ବୃଦ୍ଧି ପାଇବ ।

ଆଗାମୀ ଦିନରେ ଭାରତକୁ ଆହୁରି ୫୦ ଚିତା ଅଣାଯିବ । ତେବେ ସେମାନଙ୍କୁ କେବଳ କୁନୋ ନ୍ୟାସନାଲ ପାର୍କରେ ନୁହେଁ ବରଂ ସେମାନଙ୍କୁ ଅନ୍ୟ ସ୍ଥାନରେ ମଧ୍ୟ ଅଲଗା ଅଲଗା ସ୍ଥାନରେ ରଖିବାକୁ ହେବ । ବିଶେଷଜ୍ଞ କହିଛନ୍ତି ଚିତା ପ୍ରୋଜେକ୍ଟ ଲାଗି ଭାରତ ସରକାର ୨୦୨୪ ସୁଦ୍ଧା କୁନୋ ନ୍ୟାସନାଲ ପାର୍କ ବ୍ୟତିତ ଅନ୍ୟ ନ୍ୟାସନାଲ ପାର୍କର ବ୍ୟବସ୍ଥା ମଧ୍ୟ କରିବା ଉଚିତ । ଏହାଦ୍ୱାରା ସେମାନଙ୍କ ସଂଖ୍ୟା ବୃଦ୍ଧିି ପାଇବ ।

Get real time updates directly on you device, subscribe now.