fbpx

ବିଶ୍ୱର ଏକ ଚତୁର୍ଥାଂଶ ଭାରତରେ କୁପୋଷଣର ଶିକାର, ୧୫ବର୍ଷରେ ଏହି ସଂଖ୍ୟାରେ କ୍ଷୀପ୍ର ବୃଦ୍ଧି

ନୂଆଦିଲ୍ଲୀ: କରୋନା କାଳରେ ସାରା ବିଶ୍ୱର ଲୋକମାନେ କିରି ଅଭାବ ଅନଟନ ମଧ୍ୟରେ ଗତି କରିଛନ୍ତି ତା’ର ଏକ ରିପୋର୍ଟ ସାମ୍ନାକୁ ଆସିଛି । ଜାତିସଂଘର ‘ଦ ଷ୍ଟେଟ୍‌ ଅଫ୍‌ ଫୁଡ୍‌ ସିକ୍ୟୁରିଟି ଆଣ୍ଡ ନ୍ୟୁଟ୍ରିସନ୍‌ ଇନ୍‌ ଦ ୱାର୍ଲ୍ଡ ୨୦୨୨’ର ରିପୋର୍ଟ ଅନୁସାରେ ୨୦୧୯ ପରେ ବିଶ୍ୱର ବହୁ ଲୋକ ଭୋକ ପାଇଁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି । ୨୦୨୧ରେ ବିଶ୍ୱର ୭୬.୮ କୋଟି ଲୋକ କୁପୋଷଣର ଶିକାର ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୨.୪ କୋଟି (୨୯%) ଭାରତୀୟ । ସାରା ବିଶ୍ୱର ମୋଟ କୁପୋଷିତ ସଂଖ୍ୟାର ଏହା ଏକ ଚତୁର୍ଥାଂଶରୁ ଅଧିକ ରହିଥିବା ଜଣାଯାଇଛି । ଗ୍ଲୋବାଲ୍‌ ହଙ୍ଗର ଇଣ୍ଡେକ୍ସ-୨୦୨୧ ଅନୁଯାୟୀ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍‌ ଖାଦ୍ୟ ଉତ୍ପାଦକ ଦେଶ । ଦୁଗ୍ଧ, ଡାଲି, ଚାଉଳ, ମାଛ, ପନି ରିବା ଓ ଗହମ ଉତ୍ପାଦନରେ ଭାରତ ବିଶ୍ୱର ପ୍ରଥମ ସ୍ଥାନରେ ରହିଛି । ତଥାପି ବି ଦେଶର ଏକ ବୃହତ ଜନସଂଖ୍ୟା ଏହି କୁପୋଷଣର ଶିକାର ହୋଇଛନ୍ତି । ୨୦୧୯ରେ ବିଶ୍ୱର ୬୧.୮ କୋଟି ଲୋକ ଭୋକ ଉପାସର ସାମ୍ନା କରିଥିଲେ । ସେହିରି ୨୦୨୧ରେ ଏହି ସଂଖ୍ୟା ବୃଦ୍ଧି ପାଇ ୭୬.୮ କୋଟିକୁ ପହଞ୍ଚିଛି । ଅର୍ଥାତ ମାତ୍ର ୨ ବର୍ଷରେ ଏହି ସଂଖ୍ୟା ୧୫ କୋଟିକୁ ବୃଦ୍ଧି ପାଇଛି ।

ଜାତିସଂଘର ରିପୋର୍ଟ ଅନୁଯାୟୀ ୨୦୦୪- ୦୬ରେ ବିଶ୍ୱର ୨୪ କୋଟି ଲୋକ କୁପୋଷଣର ଶିକାର ହୋଇଥିଲେ । ଏମାନଙ୍କ ଭୋଜନରେ ପୁଷ୍ଟିଯୁକ୍ତ ଖାଦ୍ୟ ୫୦ଧରୁ କମ୍‌ ଥିବା ପରିଲକ୍ଷିତ କରାଯାଇଥିଲା । ଗତ ୧୫ବର୍ଷ ହେବ ସାରା ବିଶ୍ୱରେ ଭୋକିଲାଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଇଚାଲିଛି । କିନ୍ତୁ ଗତ ୨ ବର୍ଷ ହେବ ଏହା କ୍ଷୀପ୍ର ବେଗରେ ବୃଦ୍ଧି ପାଇଛି । ତେବେ ଏହାରି ମଧ୍ୟରେ ଭାରତର ସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ୧୫ବର୍ଷ ପୂର୍ବରୁ ଭାରତରେ କୁପୋଷଣର ମାତ୍ରା ୨୧.୬% ଥିବାବେଳେ ଏବେ ଏହା ୧୬.୩%ରେ ପହଞ୍ଚିଛି । ତେବେ ଏହାରି ମଧ୍ୟରେ ଭାରତରେ ମୋଟାପଣର ଶିକାର ବୃଦ୍ଧି ପାଇଛି । ୧୫ରୁ ୪୯ବର୍ଷ ବୟସ ଭିତରେ ୩.୪ କୋଟି ଲୋକ ଅଧିକ ଓଜନ କାଟାଗୋରୀରେ ଶ୍ରେଣୀଭୁକ୍ତ ହୋଇଛନ୍ତି । ୪ ବର୍ଷ ପୂର୍ବରୁ ଏହାର ସଂଖ୍ୟା ଥିଲା ୨.୫କୋଟି । ସେହିରି ମହିଳାଙ୍କ କ୍ଷେତ୍ରରେ ରକ୍ତଅଭାବ (ଏନିମିୟା) ସମସ୍ୟା ମଧ୍ୟ ବୃଦ୍ଧି ପାଇଛି । ୨୦୨୧ରେ ୧୮.୭ କୋଟି ଭାରତୀୟ ମହିଳା ଏନିମିୟାରେ ଶିକାର ହୋଇଥିବା ଦେଖାଦେଇଥିଲା ବେଳେ ୨୦୧୯ରେ ଏମାନଙ୍କ ସଂଖ୍ୟା ଥିଲା ୧୭.୨ କୋଟି ।

Get real time updates directly on you device, subscribe now.