ଲକ୍ଷପତି ଦିଦି ହେବେ କୋଟିପତି ଦିଦି, ଲକ୍ଷପତି ଦିଦି ଓଡ଼ିଶାର ଅସଲ ଶକ୍ତି

ଭୁବନେଶ୍ୱର: ଲକ୍ଷପତି ଦିଦି ହେବେ କୋଟିପତି ଦିଦି । ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଣମାଧ୍ୟମ ଆଗରେ ରଖିଛନ୍ତି ପ୍ରତିକ୍ରିୟା ।

ଓଡ଼ିଶା ବର୍ଷକରେ ୧୬ ଲକ୍ଷରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି କରିଛି । ଲକ୍ଷପତି ଦିଦି ଓଡ଼ିଶାର ଅସଲ ଶକ୍ତି ।

ମହିଳାଙ୍କୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ସବୁବେଳେ କାର୍ଯ୍ୟ କରୁଛନ୍ତି । ମହିଳାଙ୍କୁ ସୁଭଦ୍ରା ଯୋଜନାରେ ଆର୍ଥିକ ସାହାର୍ଯ୍ୟ ଯୋଗାଇ ଦିଆଯାଉଛି ।

କୋଟିଏରୁ ଅଧିକ ମହିଳା ଏହାଦ୍ୱାରା ଉପକୃତ ହୋଇଛନ୍ତି । ସେହିପରି ଲକ୍ଷପତି ଦିଦିର ଲକ୍ଷ୍ୟ ମହିଳାଙ୍କୁ ସ୍ୱାବଲମ୍ବି କରିବା ।