fbpx

UN ପକ୍ଷରୁ ଘୋଷଣା: ଭାରତର ଶତ୍ରୁ ଆତଙ୍କବାଦୀ ହାଫିଜ ଅବଦୁଲ ସଲାମର ମୃତ୍ୟୁ, ୨୬/୧୧ ମୁମ୍ବାଇ ଆକ୍ରମଣକାରୀଙ୍କୁ ଦେଇଥିଲା ଟ୍ରେନିଂ

Advertisement

ନୂଆଦିଲ୍ଲୀ: ପୁଣି ଭାରତର ଆଉ ଏକ ଶତ୍ରୁ ନିପାତ ହୋଇଛି । ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସଇଦର ଡେପୁଟିର ମୃତ୍ୟୁ ଘଟିଛି । ଲସ୍କର-ଇ-ତୋଏବା (ଏଲଇଟି) ଆତଙ୍କବାଦୀ ଅବଦୁଲ ସଲାମ ଭୁଟ୍ଟାଭିର ମୃତ୍ୟୁ ନେଇ ମିଳିତ ଜାତିସଂଘ (ୟୁଏନ) ପକ୍ଷରୁ ଘୋଷଣା କରାଯାଇଛି । ମୁମ୍ବାଇ ଆକ୍ରମଣକାରୀଙ୍କୁ ଅବଦୁଲ ଟ୍ରେନିଂ ଦେଇଥିଲା । ହାଫିଜର ବିଶ୍ୱସ୍ତ ସହଯୋଗୀ ଅବଦୁଲର ମୃତ୍ୟୁ ନେଇ ୟୁଏନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଆତଙ୍କବାଦୀ ହାଫିଜ ଅବଦୁଲ ସଲାମର ମୃତ୍ୟୁର ୭ ମାସ ପରେ ତା’ର ମୃତ୍ୟୁ ନେଇ ସ୍ପଷ୍ଟ କରାଯାଇଛି । ହାଫିଜ ଅବଦୁଲ ପାକିସ୍ତାନ ଜେଲରେ ମୃତ୍ୟୁବରଣ କରିଥିବା କୁହାଯାଉଛି । ୨୦୦୮ ମସିହାରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ସେ ଆତଙ୍କବାଦୀଙ୍କୁ ଟ୍ରେନିଂ ଦେଇଥିଲା । ହାଫିଜର ଅବଦୁଲର ମୃତ୍ୟୁ ପରେ ପୁଣି ଏକ ଭାରତର ଶତ୍ରୁ ନିପାତ ହୋଇଛି ।

ଏଲଇଟି ଆତଙ୍କବାଦୀ ସଂଗଠନର ପ୍ରତିଷ୍ଠାତା ସଦସ୍ୟ ଓ ଆତଙ୍କବାଦୀ ହାଫିଜ ସଇଦର ବିଶ୍ୱସ୍ତ ହାଫିଜ ଅବଦୁଲ ସଲାମର ମୃତ୍ୟୁ ନେଇ ୟୁଏନର ୱେବସାଇଟରେ ସୂଚନା ଦିଆଯାଇଛି । ହାଫିଜ ଅବଦୁଲ ସଲାମ ହାଫିଜ ସଇଦର ଡେପୁଟି ଥିଲା ଓ ମୁମ୍ବାଇ ଆକ୍ରମଣ ପାଇଁ ଆତଙ୍କବାଦୀଙ୍କୁ ପ୍ରସ୍ତୁତ କରିବା କ୍ଷେତ୍ରରେ ତା’ର ବଡ଼ ଭୂମିକା ରହିଥିଲା । ୨୦୦୮ ମୁମ୍ବାଇ ଆକ୍ରମଣ ମାମଲାର କିଛିଦିନ ପରେ ହାଫିଜ ସଇଦକୁ ଅଟକ ରଖାଯାଇଥିଲା । ୨୦୦୯ ମସିହା ଜୁନ ପର୍ଯ୍ୟନ୍ତ ତାକୁ ଜେଲରେ ରଖାଯାଇଥିଲା । ତେବେ ସେହି ସମୟରେ ହାଫିଜ ଅବଦୁଲ ସଲାମ ସଂଗଠନ ସମ୍ଭାଳିଥିଲା । ମୁମ୍ବାଇ ଆକ୍ରମଣରେ ୧୫୦ରୁ ଅଧିକ ଲୋକ ପ୍ରାଣ ହରାଇବା ସହିତ ଅନେକ ଆହତ ହୋଇଥିଲା ।

Get real time updates directly on you device, subscribe now.