ଓଡିଶା ଭାସ୍କର; ଚର୍ଚ୍ଚିତ ତଥା ନିକଟରେ ବିବାଦରେ ରହିଥିବା ଜଣାଶୁଣା ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ପାଇଁ ଏକ ଚିଠି ଆସିଛି । ଏହି ଚିଠିଟିକୁ ଜେଲରେ ଥାଇ ସୁକେଶ ଚନ୍ଦ୍ରଶେଖର ଲେଖିଛନ୍ତି । ଚିଠି ମାଧ୍ୟମରେ ସେ ତାଙ୍କ ପ୍ରେମବ୍ୟକ୍ତ କରିଛନ୍ତି । ଜ୍ୟାକଲୀନଙ୍କ ଜନ୍ମଦିନ ଅବସରରେ ଏହି ଚିଠି ଲେଖା ଯାଇଥିବା ଦେଖିବାକୁ ମିଳିଛି ।
ସୁକେଶ ଚିଠି ମାଧ୍ୟମରେ ଲେଖିଛନ୍ତି ଯେ, ଆଇ ଲଭ ୟୁ ମେରୀ ଜାନ୍। ମୁଁ ଭଗବାନଙ୍କ ପାଖରେ ଏତିକି ଗୁହାରି କରୁଛି ଯେ, ଦୁନିଆର ସମସ୍ତ ସୁଖ ମୁଁ ତୁମ ପାଦ ତଳେ ରଖିବି। ତୁମର ସବୁ ଦୁଃଖ, ସ୍ୱପ୍ନ, ଇଚ୍ଛା ମୁଁ ପୂରଣ କରିବି… ବାର ବାର ଦିନ ୟେ ଆଏ…ବାର ବାର ଦିଲ ୟେ ଗାଏ… ତୁମ ଜିୟୋ ହଜାରୋଁ ସାଲ… ହାପି ବର୍ଥଡେ ଜ୍ୟାକ… ।
ସୁକେଶ ତାଙ୍କ ପ୍ରେମ ପତ୍ରରେ ଲେଖିଛନ୍ତି, ଦୁନିଆର ସବୁଠାରୁ ସୁନ୍ଦର ବମ୍ମା ଜ୍ୟାକି। ଗୋଟିଏ ଗଛରେ ହଜାର ହଜାର ଫୁଲ ଫୁଟିଥାଏ । କିନ୍ତୁ ସେଥିମଧ୍ୟରୁ ତୁମେ ସ୍ୱତନ୍ତ୍ର। ଜୀବନରେ ହଜାରେ ସ୍ମୃତି ଅଛି, କିନ୍ତୁ ସେଥିରୁ ଗୋଟିଏ ବିଶେଷ ଅଟେ। ଯାହା ହୃଦୟକୁ ସ୍ପର୍ଶ କରେ ଏବଂ ପ୍ରେମରେ ପାଗଳ କରିଥାଏ। ଏହାସହ ଆହୁରି ଅନେକ କଥା ଲେଖିଛନ୍ତି ସୁକେଶ। ସେହିପରି ଚିଠିରେ ଅନେକ ଭାଷାଗତ ତ୍ରୁଟି ରହିଥିବା ଦେଖିବାକୁ ମିଳିଛି । ଜେଲରେ ଥାଇବି ସେ ଜ୍ୟାକଲୀନଙ୍କୁ ଖୁବ ଭଲ ପାଉଥିବା ଦେଖିବା ମିଳୁଛି । ଚିଠିରୁ ଯାହା ଜଣାପଡୁଛି ସୁକେଶ ଜ୍ୟାକଲୀନଙ୍କୁ ନେଇ ରୋମାଣ୍ଟିକ ମୁଡ଼ରେ ରହିଛନ୍ତି । ଏବେ ତାଙ୍କର ଏହି ଚିଠି ଖୁବ ଭାଇରାଲ ହୋଇଛି ।
ସୂଚନା ଥାଉକି, ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ବର୍ତ୍ତମାନ ଜେଲରେ ରହିଛନ୍ତି ସୁକେଶ ଚନ୍ଦ୍ରଶେଖର । ସୁକେଶ ଚନ୍ଦ୍ରଶେଖରଙ୍କ ମାମଲାରେ ଜ୍ୟାକଲୀନଙ୍କ ନାମ ବି ଏପର୍ୟ୍ୟନ୍ତ ଯୋଡି ହୋଇରହିଛି। ଏହା ପୂର୍ବରୁ ମଧ୍ୟ ସୁକେଶ ଜ୍ୟାକଲୀନଙ୍କ ପାଇଁ ଚିଠି ଲେଖିଥିବା ସାମ୍ନାକୁ ଆସିଥିଲା ।