fbpx

LICର ଏହି ସ୍କିମରେ ଥରେ ଜମା କରନ୍ତୁ ପ୍ରିମିୟମ, ସବୁ ମାସରେ ମିଳିବ ୧୨,୦୦୦ ପେନସନ

ଲାଇଫ ଇନସ୍ୟୁରାନ୍ସ କର୍ପୋରେସନ(ଏଲଆଇସି) ନିଜର ଗ୍ରାହକଙ୍କ ପାଇଁ ଅନେକ ସୁବିଧାଜନକ ପେନସନ ସ୍କିମ ଆଣିଥାଏ । ଏଲଆଇସିର ଏହିଭଳି ଏକ ପେନସନ ସ୍କିମ ହେଉଛି ଏଲଆଇସି ସରଳ ପେନସନ ଯୋଜନା । ଏହି ସ୍କିମରେ ଥରେ ପ୍ରିମିୟମ ଜମା କରିବା ଦ୍ୱାରା କୌଣସି ବି ବ୍ୟକ୍ତି ବର୍ଷକରେ ସର୍ବନିମ୍ନ ୧୨୦୦୦ ଟଙ୍କା ପେନସନ ପାଇପାରିବ ।

ଏହି ପଲିସି ବିଷୟରେ ଜାଣନ୍ତୁ:

ଏହା ଏକ ଷ୍ଟାଣ୍ଡାର୍ଡ ଇମିଡିଏଟ ଆନ୍ୟୁଟି ପ୍ଲାନ । ଏହା ଏକ ଏଭଳି ଏକ ସ୍କିମ ଅଟେ, ଯେଉଁଥିରେ ନିର୍ଦ୍ଧିଷ୍ଟ ରାଶି ଭରିବା ପରେ ନିବେଶକଙ୍କୁ ଆନ୍ୟୁଟି ପାଇବା ପାଇଁ ଦୁଇଟି ଅପ୍ସନ ମଧ୍ୟରୁ ଗୋଟିଏ ବାଛିବାକୁ ପଡ଼ିବ । ଏହାଦ୍ୱାରା ନିର୍ଦ୍ଧାରିତ ହୋଇଥାଏ ଯେ ବ୍ୟକ୍ତି କେଉଁ ପ୍ରକାରର ପଲିସି ବେନିଫିଟ୍ ପାଇବାକୁ ଚାହୁଛନ୍ତି ।

  1. Life Annuity with return of 100% of purchase price: ଏହି ବିକଳ୍ପ ଅନୁଯାୟୀ କେହି ବ୍ୟକ୍ତି କିମ୍ବା ସିଙ୍ଗଲ ପଲିସି ହୋଲ୍ଡର ଜୀବିତ ରହିବା ପର୍ଯ୍ୟନ୍ତ ପ୍ରତିମାସ ୧୨,୦୦୦ ଟଙ୍କାର ପେନସନ ପାଇବା ପାଇଁ ଯୋଗ୍ୟ ହୋଇଥାନ୍ତି । ଏହାରି ମଧ୍ୟରେ ପଲିସି ହୋଲ୍ଡରଙ୍କ ମୃତ୍ୟୁ ହୋଇଯାଏ ତେବେ ପ୍ରମିୟମ ନୋମିନୀଙ୍କୁ ମିଳିଥାଏ ।
  2. Joint life last survivor annuity with return of 100%: ଏହି ଆନ୍ୟୁଟି ପ୍ଲାନ ଅନୁଯାୟୀ ସ୍ୱାମୀ-ସ୍ତ୍ରୀ ପେନସନ ପାଇ ପାରିବେ । ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ଯିଏବି ଅଧିକ ସମୟ ପର୍ଯ୍ୟନ୍ତ ଜୀବିତ ରହିବେ ତାଙ୍କୁ ପେନସନ ମିଳିପାରିବ । ପେନସନରେ କୌଣସି ପ୍ରକାର କାଟଛାଟ କରାଯିବ ନାହିଁ । ଆଉ ପତି-ପତ୍ନୀ ଉଭୟଙ୍କର ମୃତ୍ୟୁ ହେଉଛି ତେବେ ବେସ୍ ପ୍ରାଇସ ନୋମିନୀଙ୍କୁ ମିଳିବ ।

ଯୋଗ୍ୟତା:

ଏହି ଆନ୍ୟୁଟି ପ୍ଲାନ କିଣିବା ପାଇଁ ବ୍ୟକ୍ତିଙ୍କ ବୟସ ସର୍ବନିମ୍ନ ୪୦ ବର୍ଷ ବୟସ ହୋଇଥିବା ଆବଶ୍ୟକ । ସେହିଭଳି ସର୍ବାଧିକ ବୟସ ୮୦ ବର୍ଷ ହୋଇଥିବ । କେହି ବି ବ୍ୟକ୍ତି ପ୍ରତିବର୍ଷ ୧୨,୦୦୦ ସର୍ବନିମ୍ନ ଆନ୍ୟୁଟି ବେନିଫିଟ ସହ ଏହି ସ୍କିମ କିଣିପାରିବେ । ସେହିଭଳି ଆପଣ ଆହୁରି ଅଧିକ ଟଙ୍କାରେ ଆନ୍ୟୁଟି କିଣିପାରିବେ । ଏଥିପାଇଁ କୌଣସି ଲିମିଟ ନାହିଁ ।

ଏଲଆଇସି ସରଳ ପେନସନ ଯୋଜନାର ପ୍ରିମିୟମ କେହିବି ବାର୍ଷିକ, ଅର୍ଦ୍ଧବାର୍ଷିକ, ତ୍ରୈମାସିକ ଭାବରେ ପେନସନ ପ୍ରାପ୍ତ କରିପାରିବେ ।

ଏଲଆଇସି କାଲକ୍ୟୁଲେଟର ହିସାବରେ ୪୨ ବର୍ଷର କୌଣସି ବ୍ୟକ୍ତି ଯଦି ୩୦ ଲକ୍ଷ ଟଙ୍କାର ଆନ୍ୟୁଟି କିଣୁଛନ୍ତି ତେବେ ତାଙ୍କର ୧୨,୩୮୮ ପ୍ରତିମାସ ପେନସନ ମିଳିବ । ଅବସର ପରେ କୌଣସି ବ୍ୟକ୍ତି ଏହିଭଳି ସ୍କିମରେ ନିବେଶ କରି ପ୍ରତିମାସରେ ନିଶ୍ଚିତ ରାଶି ପେନସନ ପାଇପାରିବେ ।

Get real time updates directly on you device, subscribe now.