fbpx

ରଙ୍ଗ ଛଡାଇ ନେଲା ଜୀବନ : ସରିଗଲା ହୋଲି ଖେଳ, ଲିଭିଗଲା ଜୀବନ ଦୀପ, ପାଣିରେ ବୁଡି ଚାଲିଗଲା ଜୀବନ

ଭୁବନେଶ୍ୱର : ହୋଲି ଖେଳରେ ମାତିଥିଲେ ସମସ୍ତେ । ଗାଁରୁ ସହର ସବୁଠି ରଙ୍ଗମୟ । ହେଲେ ଏହି ଧୁମଧାମ୍ ହୋଲି ଖେଳ ପରେ ଏବେ ଦୁଃଖଦ ଖବର ସାମ୍ନାକୁ ଆସିଛି । କେତେକଙ୍କ ଜୀବନ ଦୀପ ଲିଭିଯାଇଥିବା ବେଳେ ଅନ୍ୟ କେତେକଙ୍କ ଜୀବନ ରଙ୍ଗହୀନ ହୋଇଯାଇଛି । ଶରୀରରୁ ରଙ୍ଗ ଛାଡି ନଥିବାବେଳେ ମନରୁ ରଙ୍ଗ ଛାଡିଯାଇଛି ଆଉ ରଙ୍ଗ ଜୀବନ ଛଡାଇ ନେଇଛି ।

ବଲାଙ୍ଗିରରୁ ଏହି ଦୁଃଖଦ ଖବର ଆସିଛି । ହୋଲି ସାରି ଗାଧୋଉଥିବା ବେଳେ ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । କନ୍ଧପାଲିପଡା ଗାଁରେ ଏହି ଅଘଟଣ ଘଟିଛି । ତେବେ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ । ସେହିପରି ସମାନ ଅନୁରୂପ ଘଟଣା ସାଲେପୁରରେ ଘଟିଛି । ଚିତ୍ରୋତ୍ପଳା ନଦୀରେ ବୁଡି ଜଣେ ଯୁବକ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି । ରଙ୍ଗ ଖେଳ ସାରି ଯୁବକ ଜଣଙ୍କ ନଦୀରେ ଗାଧୋଉଥିବା ବେଳେ ଭାସିଯାଇଥିଲେ । ଏପର୍ଯ୍ୟନ୍ତ ତାଙ୍କର କୌଣସି ଭତା ମିଳିନାହିଁ । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Get real time updates directly on you device, subscribe now.