ନୂଆଦିଲ୍ଲୀ : ଯଦି କେହି ଆମ ସହିତ ଘରେ ରୁହନ୍ତି, ତାହା ସହିତ ଆମର ଆଟାଚ୍ମେଣ୍ଟ ଏତେ ବଢିଯାଏ ଯେ, ଆମେ ତାହାକୁ ଚାହୁଁନାହୁଁ । ମଣିଷ ହେଉ କିମ୍ବା ପଶୁ ହୁଅନ୍ତୁ, ଏକାଠି ରହିବାବେଳେ ସେମାନଙ୍କୁ ଆମ ଜୀବନର ଏକ ଅଂଶ ବୋଲି ଭାବୁ । ଅବଶ୍ୟ ନିର୍ଜୀବ ବସ୍ତୁ ସହିତ ସେଭଳି କିଛ ହୁଏ ନାହିଁ । ଆମେ ସେଗୁଡ଼ିକୁ ଥରେ ବଦଳାଇବାକୁ ଚିନ୍ତା କରୁନାହୁଁ, କିନ୍ତୁ ଜଣେ ବ୍ୟକ୍ତି ତାଙ୍କ କାରରେ ଏତେ ଆଟାଚ୍ ଥିଲେ ଯେ ଏହାକୁ ବିକ୍ରୟ କରିବା ସମୟରେ ସେ ଭାବପ୍ରବଣ ହୋଇପଡିଥିଲେ ।
ସେହିଭଳି ଜଣେ ବ୍ୟକ୍ତିର ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ବ୍ୟକ୍ତି ତାଙ୍କ କାର ସମ୍ମୁଖରେ ନିଆଁ ଜଳାଇ ମୁଣ୍ଡିଆଁ ମାରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ଦେଖିବା ପରେ ଲୋକମାନେ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।
ତଥ୍ୟ ଅନୁଯାୟୀ, ବ୍ୟକ୍ତି ଜଣକ ସାଉଥ୍ ଚାଇନା ଶାଣ୍ଡୋଙ୍ଗ ପ୍ରଦେଶର ବାସିନ୍ଦା। ପାରିବାରିକ କାର ବିକ୍ରୟ କରିବା ସମୟରେ ସେ ବହୁତ ଭାବପ୍ରବଣ ହୋଇଥିଲେ । ଗତ ୮ବର୍ଷ ଧରି ତାଙ୍କ ସହିତ ଏହି କାର୍ ତାଙ୍କ ପାଖରେ ଥିଲଏା । ଉକ୍ତ ବ୍ୟକ୍ତିଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କ ଏକ ଭିଡିଓ ପ୍ରସ୍ତୁତ କରିଥିଲେ ଯେଉଁଥିରେ ସେ କାର ଆଗରେ ମୁଣ୍ଡ ନୁଆଁଇ ମୁଣ୍ଡିଆ ମାରୁଛନ୍ତି । ତା’ପରେ ସେ ଏକ କାଗଜ ଜାଳି କିଛି ପ୍ରାର୍ଥନା କରିୁଛନ୍ତି । ଏହି ଭିଡିଓଟି ଭାଇରାଲ ହେଉଛି ।
ପତ୍ନୀ କହିଛନ୍ତି ଯେ, ଏହା ହେଉଛି ତାଙ୍କର ପ୍ରଥମ କାର । ଦୀର୍ଘ ସମୟ ଧରି ରହି ତାଙ୍କ ସହ ରହିଛି । ସେମାନଙ୍କର ତିନି ପିଲା ହେବା ଠାରୁ ଆରମ୍ଭ କରି ଆଜି ପର୍ୟ୍ୟନ୍ତ କାର ସେମାନଙ୍କ ସହିତ ରହିଛି । ସେ କାରକୁ ତାଙ୍କ ପରିବାର ସଦସ୍ୟଙ୍କ ପରି ବ୍ୟବହାର କରିନ୍ତି । ଅନେକ ସ୍ମୃତି ରହିଛି ଏହି କାର ସହ । ଲୋକମାନେ ଏହି ଦମ୍ପତିଙ୍କ ଏହି ସମ୍ବେଦନଶୀଳ ଆଚରଣକୁ ବହୁତ ପସନ୍ଦ କରିଥିଲେ ଏବଂ ସେମାନେ ସେମାନଙ୍କୁ ପ୍ରଶଂସା କରିଛନ୍ତି ।