୨୦୨୫ର ପ୍ରଥମ ଦିନରେ ମିଳିଲା ମହଙ୍ଗାରୁ ଆଶ୍ୱସ୍ତି, ଶସ୍ତା ହୋଇଗଲା ଏଲପିଜି ଗ୍ୟାସ ସିଲିଣ୍ଡର!

ନୂଆବର୍ଷରେ ଲୋକଙ୍କ ପାଇଁ ଖୁସିଖବର, ହ୍ରାସ ପାଇଲା ଏଲପିଜି ଗ୍ୟାସ ସିଲିଣ୍ଡର ଦର..

ଭୁବନେଶ୍ୱର: ନୂଆ ବର୍ଷ ୨୦୨୫ର ପ୍ରଥମ ଦିନ ଲୋକଙ୍କ ପାଇଁ ଖୁସିଖବର ଆଣିଛି । ଏଲପିଜି ଗ୍ୟାସ ସିଲିଣ୍ଡର ଭରିବା ୧ ଜାନୁଆରୀ ୨୦୨୫ରୁ ଶସ୍ତା ହୋଇଯାଇଛି । ସରକାରୀ ତୈଳ କମ୍ପାନୀ ପ୍ରଥମ ତାରିଖରୁ ଏଲପିଜି ସିଲିଣ୍ଡରର ଦରରେ ୧୪.୫୦ ଟଙ୍କା ହ୍ରାସ କରିଛି । ଦିଲ୍ଲୀରେ ଏଲପିଜି ସିଲିଣ୍ଡରର ନୂଆ ମୂଲ୍ୟ ୧୮୧୮.୫୦ ଟଙ୍କାରୁ ହ୍ରାସ ପାଇ ୧୮୦୪ ଟଙ୍କା ହୋଇଯାଇଛି ।

ଅଏଲ ମାର୍କେଟିଂ କମ୍ପାନୀଗୁଡ଼ିକ ପ୍ରତି ମାସର ପ୍ରଥମ ଦିନରେ ୧୯ କିଲୋ ଏଲପିଜି ସିଲିଣ୍ଡରର ଦାମ ସଂଶୋଧନ କରାଯାଇ ନୂଆ ଦରର ଘୋଷଣା କରାଯାଇଥାଏ । ଏଥିସହ ନୂଆ ବର୍ଷରେ ଏହି କମ୍ପାନୀଗୁଡ଼ିକ ନିଜ ଉପଭୋକ୍ତାମାନଙ୍କୁ ଆଶ୍ୱସ୍ତି ଦେଇ ୧୯ କିଲୋ ଏଲପିଜି ସିଲିଣ୍ଡରର ଦରରେ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି । ୧ ଜାନୁଆରୀ ୨୦୨୫ରେ ଦିଲ୍ଲୀରେ ୧୯ କିଲୋର ଏଲପିଜି ସିଲିଣ୍ଡର ଭରିବା ବର୍ତ୍ତମାନ ୧୮୦୪ ଟଙ୍କା ଦେବାକୁ ପଡିବ ଯାହା ପ୍ରଥମେ ୧୮୧୮.୫୦ ଟଙ୍କା ଦେବାକୁ ପଡୁଥିଲା ।

କୋଲକାତାରେ ଏହି ଦର ହ୍ରାସ ପାଇ ୧୯୧୧ ଟଙ୍କା ହୋଇଯାଇଛି, ଏହା ପୂର୍ବରୁ ୧୯୨୭ ଟଙ୍କା ଥିଲା । ସେହିପରି ମୁମ୍ବାଇରେ ଏହି ମୂଲ୍ୟ ୧୭୫୬ ଟଙ୍କା ହୋଇଯାଇଛି, ଯାହା ପୂର୍ବରୁ ୧୭୭୧ ଟଙ୍କା ଥିଲା । ଚେନ୍ନାଇରେ ୧୯୮୦.୫୦ ଟଙ୍କାରୁ ହ୍ରାଇ ପାଇ ୧୯୬୬ ଟଙ୍କା ହୋଇଯାଇଛି ।