ନୂଆଦିଲ୍ଲୀ: ମଦ୍ରାସ୍ ଉଚ୍ଚ ନ୍ୟାୟାଳୟ ଜଣେ ଆଇପିଏସ୍ ଅଧିକାରୀଙ୍କ ଦ୍ୱାରା ଆର୍ଥକ ଅପରାଧରେ ସାମିଲ ଥିବା ,କ ମହିଳାଙ୍କ ଠାରୁ ତିନି କୋଟି ଟଙ୍କା ଜୋର ଜବରଦସ୍ତି ହଡ଼ପ କରାଯାଇଥିବା ଅଭିଯୋଗକୁ ସମାଧାନ କରିବା ପାଇଁ ୬ ବର୍ଷ ନେଇଥିବାରୁ ସୁପ୍ରିମକୋର୍ଟ ପାଖରେ କ୍ଷମା ପ୍ରାର୍ଥନା କରିଛନ୍ତି । ୨୦୧୫ ମସିହାରେ ମଦ୍ରାସ୍ ହାଇକୋର୍ଟକୁ ଏହି ମାମଲାର ସମାଧାନ ଖୁବ୍ ଶୀଘ୍ର କରିବାପାଇଁ ସୁପ୍ରିମକୋର୍ଟ କହିଥିଲେ । ହେଲେ ହାଇକୋର୍ଟକୁ ଏହା ସମାଧାନ କରିବା ପାଇର୍ ୬ ବର୍ଷ ଲାଗିଯାଇଥିଲା ।
ଏବେ ଏହି ମାମଲାର ରିଟ୍ ପିଟିସନ୍ ଖାରଜ କରି ଜଷ୍ଟିସ୍ ସି.ବି କାର୍ତ୍ତିକେୟନ୍ ଲେଖିଛନ୍ତି ଯେ, ମୁଁ ଏହା ସହ କ୍ଷମା ମାଗିବା ପରିପ୍ରେକ୍ଷୀରେ ଏକ ନୋଟ୍ ସଂଲଗ୍ନ କରିବା ଦରକାର । ସେ ଲେଖିଛନ୍ତି ଯେ, ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଶା ଓ ବିଶ୍ୱାସକୁ ହାଇକୋର୍ଟ ରଖିପାରିଲା ନାହିଁ । ୬ ବର୍ଷରୁ ଅଧିକ ସମୟ ପରେ ମାମଲାର ପୂର୍ଣ୍ଣ ରୂପରେ ଶୁଣାଣି ହୋଇଛି ।
ନ୍ୟାୟାଧୀଶ କହିଛନ୍ତି ଯେ, ଆବେଦନକର୍ତ୍ତା ପ୍ରମୋଦ କୁମାର ୨୦୦୯ରେ ପୋଲିସ୍ ମହାନିରୀକ୍ଷକ ରୂପରେ କାର୍ଯ୍ୟରତ ଥିଲେ । ସେତେବେଳେ ତିରୁପୁର ସେଣ୍ଟ୍ରାଲ୍ କ୍ରାଇମ ବ୍ରାଞ୍ଚ ପକ୍ଷରୁ ପାଜୀ ଫରିକ୍ସ ଟ୍ରେଡିଂ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ର ତିନିଜଣ ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏମାନଙ୍କ ଉପରେ ସାଧାରଣ ଜନତାଙ୍କ ଠାରୁ ବିଭିନ୍ନ ଅଫର୍ ଦେବା ନାମରେ କୋଟି କୋଟି ଟଙ୍କା ଲୁଟିଥିବାର ଅଭିଯୋଗ ରହିଥିଲା ।
ସୂଚନା ଅନୁସାରେ, ଏହି ପ୍ରାଇଭେଟ୍ କମ୍ପାନୀ ଉପରେ ଜମାକର୍ତ୍ତାଙ୍କ ଠାରୁ ମୋଟା ଅଙ୍କର ସୁଧ ନେବା ସହିତ ମଇଚ ପ୍ରତିଶ୍ରୁତି ଦେଇ ପାଖାପାଖି ୧୦୦ କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାର ପ୍ରାଥମିକ ରିପୋର୍ଟ ୨୦୧୧ ରେ ରୁଜୁ ହୋଇଥିଲା ।