fbpx

ମହାବୀର ବସ୍ତି ସନ୍ଧ୍ୟାରାଣୀ ହତ୍ୟା ଘଟଣା: ଧରାପଡ଼ିଲା ଅଭିଯୁକ୍ତ, ଖୁଲାସା କଲେ ଡିସିପି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସେପ୍ଟେମ୍ବର ୭ ତାରିଖରେ ବରମୁଣ୍ଡା ମହାବୀର ବସ୍ତିରୁ ଏକ ମହିଳାଙ୍କ ମୃତ ଦେହ ଠାବ ହୋଇଥିଲା । ଘର ଭିତରେ ମୃତ ଦେହକୁ ରଖାଯାଇଥିବା ବେଳେ ବାହାର ପଟରୁ କବାଟରେ ତାଲା ପଡ଼ିଥିଲା । ଏହାପରେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସ୍ ଘର ଭିତରକୁ ମୃତ ଦେହକୁ ଠାବ କରିଥିଲା । ମୃତ ମହିଳାଙ୍କ ନାମ ଥିଲା ସନ୍ଧ୍ୟାରାଣୀ ସେଠି । ତେବେ ଏହି ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଆଜି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ପୋଲିସ୍ । ଅଭିଯୁକ୍ତ ଜଣକ ନୟାଗଡ଼ ଜଙ୍ଗଲରେ ଲୁଚି ରହିଥିବା ବେଳେ ତାର ନାଁ ହେଉଛି ସେଖ୍ ଫରିଦ୍ ହୋଇଥିବା ବେଳେ ସେ ନିଜ ନାମ ବଦଳାଇ କାର୍ତ୍ତିକ ଜେନା ରଖିଥିଲା ।

ସୂଚନା ଅନୁଯାୟୀ, ବରମୁଣ୍ଡା ମହାବୀର ବସ୍ତିରେ ସନ୍ଧ୍ୟାରାଣୀ ସେଠିଙ୍କ ସହିତ ଅଭିଯୁକ୍ତ ଏକାଠି ରହୁଥିଲେ । ବିବାହିତ ହୋଇ ଗୋଟିଏ ସନ୍ତାନର ବାପା ହୋଇ ମଧ୍ୟ ଅଭିଯୁକ୍ତ ସନ୍ଧ୍ୟାରାଣୀ ସେଠିଙ୍କ ସହିତ ସମ୍ପର୍କ ରଖିଥିଲା । ଅଭିଯୁକ୍ତ ବିବାହିତ ହୋଇଥିବାରୁ ସେ ନିଜ ସ୍ତ୍ରୀ ଓ ପିଲାଙ୍କ ପାଇଁ ଟଙ୍କା ଓ ଜିନିଷ ପଠାଉଥିଲେ । ତେଣୁ ମୃତକ ସନ୍ଧ୍ୟାରାଣୀ ଓ ଅଭିଯୁକ୍ତ ସେଖଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା । ଏହି କାରଣରୁ ସେଖ୍, ସନ୍ଧ୍ୟାରାଣୀଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ ଓ ସନ୍ଧ୍ୟାଙ୍କ ଓଢ଼ଣୀରେ ତଣ୍ଟିଚିପି ତାଙ୍କୁ ହତ୍ୟା କରିଥିଲେ । ହତ୍ୟା କରିବା ପରେ ବାହାର ପଟରୁ କବାଟ ଦେଇ ଅଭିଯୁକ୍ତ ସେଖ୍ କଲିକତା ଚାଲି ଯାଇଥିଲେ ।

ତେବେ ପୋଲିସ୍ ଏନେଇ ତଦନ୍ତ ଚଳାଇଥିଲା । ତାଙ୍କ ଲୋକେସନ୍ ଏବଂ ପରିବାର ଲୋକଭ୍କ ସହ ଯୋଗାଯୋଗ କରିବା ପରେ ପୋଲିସ୍ କଲିକତାରେ ପହଞ୍ଚିଥିଲା । କିନ୍ତୁ ସେଖ୍ ସେଠାରୁ ଖସି ଚାଲି ଯାଇଥିଲା । ପରେ ଆସି ସେ ନୟାଗଡ଼ରେ ଜଙ୍ଗଲରେ ଲୁଚିଥିଲା । ତେବେ ସେଠାରୁ ସେ କନ୍ଧମାଳ ଯିବା ପାଇଁ ପ୍ରସ୍ତୁତି କରିବା ବେଳେ ଭରତପୁର ପୋଲିସ୍ ତାଙ୍କୁ କାବୁ କରିଥିଲା ।

Get real time updates directly on you device, subscribe now.