fbpx

ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ସରକାରଙ୍କ ବଡ଼ ଘୋଷଣା, ଦ୍ୱାଦଶ ପାସ୍ କଲେ ମିଳିବ ୬ ହଜାର ଟଙ୍କା

ମୁମ୍ବାଇ: ଆସନ୍ତା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ବଡ଼ ଘୋଷଣା କରିଛନ୍ତି । ରାଜ୍ୟ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଦ୍ୱାଦଶ ଏବଂ ସ୍ନାତକ ଉତ୍ତୀର୍ଣ୍ଣ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆର୍ଥିକ ସହାୟତା ଯୋଜନାର ଘୋଷଣା କରିଛନ୍ତି । ମହାରାଷ୍ଟ୍ରରେ ବଢ଼ୁଥିବା ବେକାରୀ ସମସ୍ୟାକୁ ନେଇ ବିରୋଧିମେଣ୍ଟ ବାରମ୍ବାର ସରକାରଙ୍କୁ ଘେରୁଥିବା ବେଳେ ଏହି ପ୍ରସଙ୍ଗକୁ ଦର୍ବଳ କରିବାକୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

ଶିକ୍ଷା ଏବଂ ପ୍ରାରମ୍ଭିକ କ୍ୟାରିୟର ବିକାଶ ସହ ଜଡ଼ିତ ବୋଝକୁ ହ୍ରାସ କରିବା ଉଦ୍ଦେଶ୍ୟରେ ସରକାର ‘ଲାଡଲା ଭାଇ ଯୋଜନା’ ଘୋଷଣା କରିଛନ୍ତି । ବିଭିନ୍ନ ସ୍ତରର ଯୁବଗୋଷ୍ଠୀଙ୍କୁ ଆର୍ଥିକ ଚ୍ୟାଲେଞ୍ଜ୍ର ମୁକାବିଲା କରିବା ପାଇଁ ଏହା ଏକ ପ୍ରୟାସ ଭାବରେ ଦେଖାଯାଉଛି । ଏହା ଦ୍ୱାରା ଛାତ୍ରଛାତ୍ରୀ ନିଜ ପାଠ ପଢ଼ା ବ୍ୟତୀତ କ୍ୟାରିୟର ବିକାଶ ଉପରେ ମଧ୍ୟ ଫୋକସ୍ କରିପାରିବେ । ‘ଲାଡଲା ଭାଇ ଯୋଜନା’ ଅନ୍ତର୍ଗତ ଦ୍ୱାଦଶ ଉତ୍ତୀର୍ଣ୍ଣ କରିଥିବା ଛାତ୍ରଛାତ୍ରୀଙ୍କୁ ମାସିକ ୬ ହଜାର ଟଙ୍କା, ଡିପ୍ଲୋମାଧାରୀଙ୍କୁ ମାସିକ ୮ ହଜାର ଟଙ୍କା ଏବଂ ସ୍ନାତକ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ମାସିକ ୧୦ ହଜାର ଟଙ୍କା ପ୍ରଦାନ କରାଯିବ ।

 

Get real time updates directly on you device, subscribe now.