fbpx

ମହାତ୍ମା ଗାନ୍ଧିଙ୍କୁ ଆମେରିକାରେ ମିଳିବ ସର୍ବୋଚ୍ଚ ନାଗରିକ ସମ୍ମାନ, ସଂସଦରେ ପଡ଼ିଲା ପ୍ରସ୍ତାବ

Advertisement

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଆମେରିକାରେ ସର୍ବୋଚ୍ଚ ନାଗରିକ ସମ୍ମାନ ଦିଆଯାଇପାରେ । ଏନେଇ ଆମେରିକା ସଂସଦରେ ପୁଣିଥରେ ପ୍ରସ୍ତାବ ଦିଆଯାଇଛି । ନ୍ୟୁୟର୍କର ଜଣେ ସାଂସଦ ଏହି ପ୍ରସ୍ତାବ ଦେଇଛନ୍ତି । ଶାନ୍ତି ଏବଂ ଅହିଂସାକୁ ବାର୍ତ୍ତା ଦେଉଥିବାରୁ ମହାତ୍ମା ଗାନ୍ଧିଙ୍କୁ କଂଗ୍ରେସ ପକ୍ଷରୁ ସ୍ୱର୍ଣ୍ଣ ପଦକ ଦ୍ୱାରା ସମ୍ମାନିତ କରାଯାଇପାରେ । ତେଣୁ ଏନେଇ ଜଣେ ସାଂସଦ ଆମେରିକୀ ପ୍ରତିନିଧି ସଭାରେ ଶୁକ୍ରବାର ଦିନ ପ୍ରସ୍ତାବ ଦେଇଛନ୍ତି । ଯଦି ଏହି ପ୍ରସ୍ତାବକୁ ସମର୍ଥନ ମିଳେ ବା ଆମେରିକୀ କଂଗ୍ରେସ ପକ୍ଷରୁ ସ୍ୱର୍ଣ୍ଣ ପଦକ ମିଳେ ତେବେ ମହାତ୍ମା ଗାନ୍ଧି ଏହାକୁ ହାସଲ କରିଥିବା ପ୍ରଥମ ଭାରତୀୟ ନାଗରିକ ହେବେ । ସୂଚନାଯୋଗ୍ୟ, ଏହି ସମ୍ମାନ ଜଜ୍ ଓାଶିଂଟନ୍, ନେଲସନ୍ ମାଣ୍ଡେଲା, ମାର୍ଟିନ୍ ଲୁଥର୍ କିଙ୍ଗ ଜୁନିୟର୍, ମଦର୍ ଟେରେସା ଏବଂ ରୋଜା ପାର୍କସ୍ ଙ୍କ ଭଳି ମହାନ୍ ହସ୍ତି ମାନଙ୍କୁ ମିଳିସାରିଛି ।

Get real time updates directly on you device, subscribe now.