fbpx

ଲଭ୍ ମ୍ୟାରେଜର ଭୟଙ୍କର ଦଣ୍ଡ, ପେପର କଟରରେ ଝିଅର ବେକ କାଟିଲା ପିତା !

ଚେନ୍ନାଇ: ଆଜିକାଲି ପ୍ରେମ ବିବାହ ଅତି ସାଧାରଣ କଥା କହିଲେ ଚଳେ , କିନ୍ତୁ ଏବେ ବି କିଛି ସ୍ଥାନରେ ଏହାକୁ ତୀବ୍ର ବିରୋଧ କରୁଥିବାର ଦେଖିବାକୁ ମିଳୁଛି । ସେହିଭଳି ଏକ ଘଟଣା ତାମିଲନାଡୁର ଥିରୁପୁରରେ ଘଟିଛି, ଯାହାକୁ ଶୁଣିଲେ ଆପଣ ବି ଭୟ କରିବେ । ଥିରୁପୁରରେ ଜଣେ ପିତା ନିଜ ଝିଅର ବେକକୁ ପେପର କଟରରେ କାଟିଥିଲା, କିନ୍ତୁ ଯୁବତୀ ଏଭଳି ଭୟଙ୍କର ଘଟଣା ପରେ ବି ବଞ୍ଚିଯାଇଛନ୍ତିି । ଯୁବତୀ ଜଣକ ନିଜ ପସନ୍ଦ ଅନୁସାରେ ବାହା ହୋଇଥିବାରୁ ରାଗିଯାଇଥିଲେ ପିତା ।

ଏହି ରାଗରେ ପିତା ପେପର କଟର ମାଧ୍ୟରେ ଝିଅର ବେକ କାଟିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସୌଭାଗ୍ୟବଶତଃ ପେପର କଟରରେ ଝିଅର ବେକ କଟିନଥିଲା, କିନ୍ତୁ ସେ ଗୁରୁତର ଭାବେ ଆହତ ହୋଇଛନ୍ତି ।

ମିଳିଥିବା ଖବର ମୁତାବକ, ଥୁଥୁକୁଡିରୁ ୧୫ ବର୍ଷ ପୂର୍ବେ ଅବିନାସୀକୁ ଆସିଥିବା ପୁରାଜା ଚିତ୍ରକାର ଭାବେ କାମ କରୁଥିଲେ । ତାଙ୍କର ୧୯ ବର୍ଷୀୟା ଝିଅ ପ୍ରୟଙ୍କା ୨୫ ବର୍ଷୀୟ ମହମ୍ମଦଙ୍କ ସହ ପ୍ରେମରେ ପଡିଥିଲେ । ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା ଓ ସେମାନେ ପ୍ରାୟ ୪ ବର୍ଷ ହେବ ରିଲେସନସିପରେ ଥିଲେ । ଦୁହିଁଙ୍କ ସମ୍ପର୍କ ବିଷୟରେ ପୂରାଜା ଜାଣିବା ପରେ ଝିଅକୁ ଚେତାବନୀ ଦେଇଥିଲେ । ଏହା ପରେ ପ୍ରିୟଙ୍କା ଓ ତାଙ୍କ ପ୍ରେମୀ ୧୬ ଜୁଲାଇରେ ଘରୁ ପଳାଇ ବିବାହ କରିଥିଲେ । ଏହା ପରେ ପ୍ରିୟଙ୍କା ମହମ୍ମଦଙ୍କ ସହ ରହିବାକୁ ଲାଗିଲେ ।

ରବିବାର ଦିନ ପ୍ରିୟଙ୍କା ଘରେ ଏକା ଥିବା ବେଳେ ପୂରାଜା ନିଶାଗ୍ରସ୍ତ ଅବସ୍ଥାରେ ଆସିଥିଲେ ଓ ନିଜ ଇଛାରେ ବିବାହ କରିଥିବା ନେଇ ଝିଅ ଉପରେ ଆକ୍ରମଣ କରିଥିଲେ । ପେପର କଟରରେ ଝିଅର ବେକ କାଟିବା ପରେ ପୂରାଜା ଘଟଣାସ୍ଥଳରୁ ଫେରାର ହୋଇଥିଲେ । ପ୍ରିୟଙ୍କାଙ୍କ ଚିକ୍ରାର ଶୁଣି ପଡୋଶୀମାନେ ଆସିଥିଲେ ଓ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ଏଭଳି କାଣ୍ଡ ଘଟାଇଥିବା ପୂରାଜାଙ୍କୁ ପୋଲିସ ଗିରଫ କରିଛି ।

Get real time updates directly on you device, subscribe now.