ପିକଅପରେ କରେଣ୍ଟ ମାରିବାରୁ ଡେଇଁଲେ ୨୫ ଲୋକେ, ମାଆ-ଝିଅ ସମେତ ୪ ଜଣଙ୍କ ଉପରେ ମାଡିଗଲା ଗାଡି

ମଥୁରା: ଏକ ମର୍ମନ୍ତୁଦ ଦୁର୍ଘଟଣା ସାମ୍ନାକୁ ଆସିଛି । ଏକ ଦ୍ରୁତଗତିରେ ପିକଅପ ଅନିୟନ୍ତ୍ରିତ ହୋଇ ଇଲେକ୍ଟ୍ରିକ ଖୁଣ୍ଟ ସହ ପିଟିହୋଇଛି । ଏହି ଦୁର୍ଘଟଣାରେ ୨ ମହିଳା ଏବଂ ୨ ଶିଶୁଙ୍କର ମୃତ୍ୟୁ ଘଟିଛି । ସେହିପରି ୫ଜଣ ଲୋକେ ଆହତ ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ, ପିକଅପରେ ସମୁଦାୟ ୨୫ ଜଣ ଲୋକେ ଯାତ୍ରା କରୁଥିଲେ । ସମସ୍ତ ଲୋକେ ବିହାରରୁ ପଲବଲ ମଜୁରୀ କରିବାକୁ ଯାଉଥିଲେ । ଧକ୍କା ହେବା ପରେ ଗାଡିରେ କରେଣ୍ଟ ଲାଗିଯାଇଥିଲା, ଏଥିରେ ଲୋକେ ଭୟଭୀତ ହୋଇ ଏଣେ ତେଣେ ଡେଇଁଥିଲେ। କରେଣ୍ଟରୁ ବଞ୍ଚିବା ପାଇଁ ଡ୍ରାଇଭର ପଛକୁ ଗାଡି କରିବା ବେଳେ ଏହି ୪ ଜଣଙ୍କ ଉପରେ ଚଢ଼ିଯାଇଛି । ତେବେ ଏହି ଦୁର୍ଘଟଣା ପରେ ଡ୍ରାଇଭର ଫେରାର ଅଛି ।

ସୂଚନା ମୁତାବକ, ଘଟଣାସ୍ଥଳରେ ୪ଜଣଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏଥିସହ ଆହତ ହୋଇଥିବା ଲୋକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ସମସ୍ତ ଲୋକେ ଇଟା ଭାଟିରେ କାମ କରନ୍ତି । ଏହି ଦୁର୍ଘଟଣାଟି କଲାଂ ଅଞ୍ଚଳର ଶେରଗଢ ରୋଡରେ ହୋଇଛି । ମିଡିଆ ରିପୋର୍ଟସ ମୁତାବକ, ଏହି ଦୁର୍ଘଟଣାରେ ପ୍ରାଣ ହାରିଥିବା ଲୋକେ ବିହାରର ଗୟା ଜିଲ୍ଲା ନିବାସୀ ଗୌରୀ ଦେବୀ, ତାଙ୍କ ଝିଅ କୋମଲ, କୁନ୍ତି ଦେବୀ ଏବଂ କୁନ୍ତି ଦେବୀଙ୍କ ଝିଅ ପ୍ରୟଙ୍କା ବୋଲି ଜଣାପଡିଛି ।

 

Get real time updates directly on you device, subscribe now.