ତାତିରୁ ମିଳୁନି ତ୍ରାହି, ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୫ ଡ଼ିଗ୍ରୀ, ପୁଣି ୪୦ଡ଼ିଗ୍ରୀ ଅତିକ୍ରମ କଲା ଟ୍ୱିନ ସିଟି

ଭୁବନେଶ୍ୱର: ତତଲା କଡ଼େଇରେ ପରିଣତ ହୋଇଛି ପୂରା ଓଡ଼ିଶା । ସୋନପୁର, ବଲାଙ୍ଗିର, ଭୁବନେଶ୍ୱରର ସବୁଠି ସମାନ ଅବସ୍ଥା । ତାତିରୁ ତ୍ରାହି ମିଳୁନି । ପ୍ରବଳ ଖରା ସାଙ୍ଗକୁ ଝାଞ୍ଜି ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରଦେଉଛି । ଆଜି ରାଜ୍ୟ ପୁଣି ଥରେ ତତଲା କଡ଼େଇରେ ଭାଜି ହୋଇଛି । ଆଗାମୀ ୨ଦିନ ଯାଏଁ ତାତିରୁ ତ୍ରାହି ମିଳିବନି । ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥବନରେ ସ୍ୱାଭାବିକ ଠାରୁ ୩ରୁ ୫ ଡ଼ିଗ୍ରୀ ଯାଏଁ ଅଧିକ ତାପମାତ୍ରା ରହିବ ।

ସର୍ବୋଚ୍ଚ ଦିନ ତାପମାତ୍ରା ୪୫ ଡ଼ିଗ୍ରୀ ସହ ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି । ଆଜି ମଧ୍ୟ ରାଜଧାନୀ ଭୁବନେଶ୍ୱରରେ ଦିନ ତାପମାତ୍ରା ୪୦ ଡ଼ିଗ୍ରୀ ପାର କରିଛି । ଆଜି ଭୁବନେଶ୍ୱର ରେ ସର୍ବୋଚ୍ଚ ତାପମାତ୍ରା ୪୦.୨ ଡ଼ିଗ୍ରୀ ରେକର୍ଡ ହୋଇଛି । ସେହିପରି କଟକରେ ମଧ୍ୟ ୪୦.୧ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ମୁତାବକ ୪ ମେ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ଆଖପାଖ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ସୃଷ୍ଟି ହେବାର ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି ।

Image

Get real time updates directly on you device, subscribe now.