fbpx

Facebook ଏବଂ Instagramରେ ବିଜନେସ କରିବା ଏବେ ଆହୁରି ଶସ୍ତା, ଲଞ୍ଚ ହେଲା ୨୧ ହଜାର ଟଙ୍କା ପର୍ଯ୍ୟନ୍ତ ପ୍ଲାନ

ନୂଆଦିଲ୍ଲୀ: ଫେସବୁକ ଏବଂ ଇନଷ୍ଟାଗ୍ରାମରେ ବିଜନେସ କରିବା ପାଇଁ ଆପଣ ଟଙ୍କା ଖର୍ଚ୍ଚ କରି ଅଧିକ ସୁବିଧାମାନ ହାସଲ କରିପାରିବେ । ମେଟା ପ୍ଲାଟଫର୍ମସ ଭାରତର ବ୍ୟବସାୟୀଙ୍କୁ ସପୋର୍ଟ କରିବା ପାଇଁ ସବସ୍କ୍ରିପସନ ପ୍ଲାନ ଲଞ୍ଚ କରିଛି । ବିଜନେସ ପାଇଁ ମେଟା ଭେରିଫାଏଡ ପ୍ଲାନ ମାସିକ ୬୩୯ ଟଙ୍କାରୁ ଆରମ୍ଭ ହୋଇ ୨୧ ହଜାର ପର୍ଯ୍ୟନ୍ତ ରହିଛି । କମ୍ପାନୀ ଅନୁସାରେ, ଏହି ପ୍ଲାନରେ ରିହାତି ମଧ୍ୟ ଦିଆଯାଉଛି । ଏହି ପ୍ଲାନ ଆପନଙ୍କୁ ବିଜନେସକୁ ଆଗକୁ ବଢାଇବାରେ ଅଧିକ କାମ ଆସିପାରେ ।

କମ୍ପାନୀ ଗତ ବର୍ଷ ବିଜନେସ ପାଇଁ ମେଟା ଭେରିଫାଏଡର ଆରମ୍ଭ କରିଥିଲା । ଏହି ପାୟଲଟ ଜାରିଆରେ କମ୍ପାନୀ ଜାଣିବାକୁ ଚାହୁଁଛି ଯେ, ଫେସବୁକ ଏବଂ ଇନଷ୍ଟାଗ୍ରାମରେ ଲୋକେ କିପରି ନିଜ ବିଜନେସ ବଢାଇପାରିବ । ୨୦୨୪ ମସିହାର ଆରମ୍ଭରେ ୪ ସବସ୍କ୍ରିପସନ ପ୍ଲାନ ଅର୍ଥାତ ଘୋଷଣା କରିଥିଲା । ବର୍ତ୍ତମାନ ଏହି ମେଟା ଭେରିଫାଏଡ ପ୍ଲାନ ସମସ୍ତ ଗ୍ରାହକଙ୍କ ପାଇଁ ଉପଲବ୍ଧ କରାଯାଇଛି । ଏହି ନୂଆ ପ୍ଲାନରେ ଆପଣଙ୍କୁ ଫେସବୁକ ଏବଂ ଇନଷ୍ଟାଗ୍ରାମର ଆକାଉଣ୍ଟ ସପୋର୍ଟ ସମେତ ବିଜନେସର ନୂଆ ଅବସର ମଧ୍ୟ ଉପଲବ୍ଧି କରାଯିବ ।

Get real time updates directly on you device, subscribe now.