fbpx

Microsoft ଅଚଳରେ ଦୋହଲିଗଲା ସାରା ସିଷ୍ଟମ, ହେଲେ ପ୍ରଭାବିତ ହେଲାନି ଇଣ୍ଡିଆନ ରେଲୱେ, ଜାଣନ୍ତୁ

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟରେ ତ୍ରୁଟି ସାରା ଦୁନିଆର ୟୁଜର୍ସଙ୍କୁ ପ୍ରଭାବିତ କରିଛି । ଏହାର ପ୍ରଭାବ ଏୟାରଲାଇନ୍ସ, ଯୋଗାଯୋଗ ସେବା, ବ୍ୟାଙ୍କ ଏବଂ ମିଡିଆ ସଂସ୍ଥାମାନଙ୍କୁ ଉପରେ ପଡିଛି । ଏୟାରଲାଇନ୍ସ ଏବଂ ବିମାନବନ୍ଦର ଗୁଡିକରେ ଏହି ସମସ୍ୟା ବଢିବାର ସୂଚନା ମିଳିଛି । ଅନେକ ଘଣ୍ଟା ବିତିସାରିବା ପରେ ଟେକ୍ନୋଲୋଜୀ କମ୍ପାନୀ କହିଛି ଯେ, ସେ ଧିରେ ଧିରେ ମାଇକ୍ରୋସଫ୍ଟ ୩୬୫ ଆପ ଏବଂ ସେବାଗୁଡିକରେ ଦେକାଦେଇଥିବା ସମସ୍ୟାକୁ ଠିକ କରୁଛି । ଏହାରି ମଧ୍ୟରେ ଭାରତୀୟ ରେଲୱେ କହିଛି ଯେ, ରେଲୱେ ଟିକେଟିଂ ସିଷ୍ଟମ, କଣ୍ଟ୍ରୋଲ ଅଫିସ ଅଟୋମେଶନ ଏବଂ ଅନ୍ୟ ରେଲୱେ ସେବାଗୁଡିକ ଉପରେ ଏହାର ଆଉଟେଜର ପ୍ରଭାବ ପଡିନାହିଁ । ଟ୍ରେନଗୁଡିକ ନିର୍ଦ୍ଧାରିତ ସମୟରେ ଚାଲିଛି ।

ରେଲୱେ ପାଇଁ ଆଇଟି ଏବଂ ଇ-ଗଭନାନ୍ସର କେନ୍ଦ ସିଆରଆଇଏସ ଅଟେ । CRIS ର ଅର୍ଥ ସେଣ୍ଟ ଫର ରେଲୱେ ଇନଫର୍ମେଶନ ସିଷ୍ଟମ । ଏହା ଭାରତ ସରକାରଙ୍କ ରେଳ ମନ୍ତ୍ରାଳୟ ଅଧୀନର ଏକ ଗୁରୁତ୍ୱପୂର୍ଣ୍ଣ ସଂଗଠନ । ଏହା ଭିନ୍ନ ଭିନ୍ନ ପ୍ରକାର ଗୁରୁତ୍ୱପୂର୍ଣ୍ଣ ସେବାମାନ ପ୍ରଦାନ କରିଥାଏ ।CRIS  PRS, UTS  ସହ ରେଲୱେ ଟିକେଟ ବୁକିଂ ପାଇଁ ଭାରତର କେନ୍ଦ୍ରୀୟ ଅନଲାଇନ ପ୍ଲାଟଫର୍ମ ବିକଶିତ କରିଛି । ଏହା ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀଙ୍କ ଟିକେଟ ବୁକିଂ, ରିଜର୍ଭେସନର ସ୍ଥିତିକୁ ଯାଞ୍ଚ ଏବଂ ଟିକେଟ ରଦ୍ଦ କରିବାର ସୁବିଧା ପ୍ରଦାନ କରିଥାଏ ।

CRIS ଟ୍ରେନ ପରିଚାଳନା ପ୍ରଣାଳିର ବିକାଶ ଏବଂ ରକ୍ଷଣାବେକ୍ଷଣା କରିଥାଏ, ଯାହା ରେଲୱେ ନେଟୱାର୍କରେ ଟ୍ରେନର ଗତିକୁ ନିୟନ୍ତ୍ରଣ ଏବଂ ସର୍ବୋକୃଷ୍ଟ କରିଥାଏ । ଏହାର ରିଅଲ ଟାଇମ ଟ୍ରେନ ସ୍ଥିତି, ଟ୍ରାକ୍ ଦାଖଲ ଏବଂ ରେଳ କର୍ମଚାରୀଙ୍କୁ ସଂକେତ ସୂଚନା ପ୍ରଦାନ କରିତାଏ । ଏହା ସେମାନଙ୍କୁ ଦକ୍ଷତାର ସହ ଏବଂ ନିରାପଦ ଭାବେ ଟ୍ରେନ ଚଳାଇବାରେ ସାହାଯ୍ୟ କରିଥାଏ । CRIS ମାଲ ବୋହିବା ପ୍ରଣାଳୀ ଏବଂ ସେବା ଟିକସ ବ୍ୟବସ୍ଥାର ବିକାଶ ଏବଂ ପରିଚାଳନା କରେ, ଯାହା ରେଳବାଇ ପକ୍ଷରୁ ମାଲ ପରିବହନର ପ୍ରବନ୍ଧନକୁ ଅଟୋମେଟ କରିଥାଏ ।

Get real time updates directly on you device, subscribe now.