fbpx

ମିଶନ ଗଗନଯାନ, ପ୍ରଥମ ପରୀକ୍ଷଣ ମାନବ ବିହୀନ ଏବଂ ଦ୍ଵିତୀୟରେ ମହିଳା ରୋବୋଟଙ୍କୁ ପଠାଯିବ ମହାକାଶ

Advertisement

ନୂଆଦିଲ୍ଲୀ: ଭାରତର ମିଶନ ଗଗନଯାନର ପୂରା ଯୋଜନା ସାମ୍ନାକୁ ଆସିଛି। ଯୋଜନା ଅନୁଯାୟୀ, ଗଗନଯାନର ପ୍ରଥମ ପରୀକ୍ଷଣ ମାନବ ବିହୀନ ଏବଂ ଦ୍ଵିତୀୟ ପରୀକ୍ଷଣରେ ଜଣେ ମହିଳା ରୋବୋଟକୁ ପଠାଯିବ। ଏହି ଦୁଇଟି ପରୀକ୍ଷଣ ଚଳିତ ବର୍ଷ ଶେଷ ସୁଦ୍ଧା ପୂରା କରାଯିବ। ଦୁଇଟି ପରୀକ୍ଷଣର ଫଳାଫଳ ଆଧାରରେ ତୃତୀୟ ପରୀକ୍ଷଣ କରାଯିବ। ଏଥିରେ ଦୁଇ ଜଣ ଲୋକଙ୍କୁ ମହାକାଶ ପ୍ରେରଣ କରାଯିବ।

କେନ୍ଦ୍ରୀୟ ବିଜ୍ଞାନ ଏବଂ ପ୍ରଦୌଗିକି ରାଷ୍ଟ୍ର ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ ମିଶନ ଗଗନଯାନର ଯୋଜନା ବିଷୟରେ ବିସ୍ତୃତ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦ୍ଵିତୀୟ ପରୀକ୍ଷଣରେ ଯେଉଁ ମହିଳା ରୋବୋଟକୁ ପଠାଯିବ, ତାର ନାମ ବ୍ୟୋମ ମିତ୍ର ରଖାଯାଇଛି। ଏହି ରୋବୋଟକୁ ଇସ୍ରୋ ତିଆରି କରିଛି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଏହା ଭାରତର ଏକ ମାତ୍ର ଅନ୍ତରୀକ୍ଷ ମିଶନ। ଗଗନଯାନ ସ୍ପେସ ଫ୍ଲାଇଟ୍ ମିଶନ ଆଧାରରେ ମହାକାଶଚାରୀଙ୍କୁ ଅନ୍ତରୀକ୍ଷ ପଠାଯିବ। ଏହାର ପ୍ରଥମ ପରୀକ୍ଷଣ ୨୦୨୨ ମଧ୍ୟଭାଗରେ କରାଯିବ। ପ୍ରଥମ ପରୀକ୍ଷଣ ମାନବବିହୀନ ମିଶନ ଜି୧ ରହିବ। ଏହା ପରେ ୨୦୨୨ର ଶେଷ ଆଡକୁ ବ୍ୟୋମମିତ୍ର ନାମକ ରୋବୋଟ ପଠାଯିବ। ଏହି ଗଗନଯାନ ମିଶନରେ ୫୦୦ରୁ ଅଧିକ ଇଣ୍ଡଷ୍ଟ୍ରୀ ସାମିଲ୍। ଏଥିପାଇଁ ଅନେକ ରିସର୍ଚ୍ଚ ମୋଡ୍ୟୁଲ ପ୍ରସ୍ତୁତ କରାଯାଇଛି। ଏଥିରେ ଭାରତରେ ନିର୍ମିତ ରିସର୍ଚ୍ଚ ମୋଡ୍ୟୁଲ୍ ମଧ୍ୟ ସାମିଲ୍।

ଗଗନଯାନ ମିଶନ ପାଇଁ ଭାରତୀୟ ବାୟୁସେନାର ଚାରି ପାଇଲଟ୍ ରୁଷର ଗାଗାରିନ କସମେନୋଟ୍ସ ପ୍ରଶିକ୍ଷଣ କେନ୍ଦ୍ରରେ ନିଜର ପ୍ରଶିକ୍ଷଣ ପୂରା କରି ସାରିଛନ୍ତି। ମସ୍କୋ ନିକଟସ୍ଥ ଜିୟୋଜନୀ ସହରରେ ସ୍ଥିତ ରୁଷ ମହାକାଶ କେନ୍ଦ୍ରରେ ମହାକାଶଚାରୀ ହେବାର ପ୍ରଶିକ୍ଷଣ ଦେଇଥିଲେ। ସେମାନଙ୍କୁ ଗଗନାଚାରୀ ନାମରେ ସମ୍ବୋଧିତ କରାଯିବ। ଏହି ଚାରି ଗଗନାଚାରୀଙ୍କ ମଧ୍ୟରୁ ଜଣେ ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପଟେନ୍ ଅଛନ୍ତି ଏବଂ ତିନି ଜଣ ଓ୍ଵିଙ୍ଗ କମାଣ୍ଡର। ସଂପ୍ରତି ସେମାନଙ୍କୁ ବେଙ୍ଗାଲୁରୁରେ ଗଗନଯାନ ମିଶନ ପାଇଁ ପ୍ରଶିକ୍ଷଣ ଦିଆଯିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୮ରେ ଏକ ଭାଷଣରେ କହିଥିଲେ ଯେ, ଭାରତ ୨୦୨୨ ସୁଦ୍ଧା ଭାରତର ଯେ କୌଣସି ମହାକାଶଚାରୀ ଗଗନଯାନରେ ମହାକାଶ ଯିବେ। କେନ୍ଦ୍ର ସରକାର ଗଗନଯାନ ମିଶନ ପାଇଁ ୧୦ ହଜାର କୋଟି ଟଙ୍କା ଟଙ୍କା ଆବଣ୍ଟନ କରିଛନ୍ତି। ଗଗନଯାନ ମିଶନରେ ଇସ୍ରୋ ଅନ୍ତରୀକ୍ଷ ଯାତ୍ରୀଙ୍କୁ ପୃଥିବୀରୁ ୪୦୦ କିମି ଉପର ମହାକାଶରେ ୭ ଦିନ ଯାତ୍ରା କରାଇବ। ଏହି ମହାକାଶଚାରୀଙ୍କୁ ସାତ ଦିନ ପାଇଁ ପୃଥିବୀର ନିମ୍ନକକ୍ଷରେ ଚକ୍କର ଲଗାଇବାକୁ ପଡିବ। ଏହି ମିଶନ ପାଇଁ ଇସ୍ରୋ ଭାରତୀୟ ବାୟୁସେନାରୁ ଅନ୍ତରୀକ୍ଷ ଯାତ୍ରୀ ଚୟନ କରିବାକୁ କହିଥିଲା।

Get real time updates directly on you device, subscribe now.