fbpx

ନବୀନଙ୍କ ଇଚ୍ଛାରେ ହୋଇଥାଏ PCC ସଭାପତି ନିଯୁକ୍ତି! ବିଧାୟକ ସୁରଙ୍କ ବିସ୍ଫୋରକ ବୟାନରେ କମ୍ପିଲା ଓଡ଼ିଶା ରାଜନୀତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଚୟନ ନେଇ କଂଗ୍ରେସ ଶିବିରରେ ଚର୍ଚ୍ଚା ଜୋର ଧରିଛି । କିଏ ହେବ ପରବର୍ତ୍ତୀ ପିସିସି ସଭାପତି ତାହାକୁ ନେଇ ନେତାମାନେ ଭିନ୍ନ ଭିନ୍ନ ମତ ରଖୁଛନ୍ତି । ତେବେ ଏହା ମଧ୍ୟରେ ଆଜି ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଏକ ବୟାନ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି ।

ସୁର କହିଛନ୍ତି ଯେ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଇଚ୍ଛାରେ ପିସିସି ସଭାପତି ନିଯୁକ୍ତି ହୁଅନ୍ତି । ପିସିସି ଓ ପ୍ରଭାରୀଙ୍କୁ ଚୟନ କରିଥାନ୍ତି ନବୀନ । ତେବେ ସୁରଙ୍କ ଏହି ବୟାନ ପରେ ରାଜ୍ୟ ରାଜନୀତି ଖାଲି ଉଠୁଛି ଆଉ ପଡ଼ୁଛି । ରାଜ୍ୟ କଂଗ୍ରେସକୁ ପରୋକ୍ଷରେ ବିଜେଡି ନିୟନ୍ତ୍ରଣ କରୁଥିବା ଖବର ଶୁଣିବା ପରେ ରାଜନୈତିକ ମହଲରେ ସତେ ଯେମିତି ନିଆଁ ଲାଗି ଯାଇଛି । ଆଗକୁ କ’ଣ ଯେ ଘଟିବ ତାହା ଏବେଠାରୁ କଳ୍ପନା କରିବା ଅସମ୍ଭବ ।

ତେବେ ସୁରଙ୍କର ଏହି ବିବାଦୀୟ ମନ୍ତବ୍ୟ ପରେ ବିଜେଡି ପକ୍ଷରୁ କଡ଼ା ଜବାବ ଦିଆଯାଇଛି । ବିଜେଡି କୌଣସି ଦଳର ଲିଙ୍କରେ ନାହିଁ । କଂଗ୍ରେସ ଏକ ଜାତୀୟ ଦଳ ହୋଇଥିବା ବେଳେ ବିଜେଡି ଏକ ଆଞ୍ଚଳିକ ଦଳ । ମୁଖ୍ୟମନ୍ତ୍ରୀ ସବୁ ସମୟରେ ବିଜେଡିର ବିକାଶ ପାଇଁ ଚିନ୍ତା କରିଥାନ୍ତି । କଂଗ୍ରେସ ନିଜ ଦଳର କନ୍ଦଳକୁ ଲୁଚାଇବା ପାଇଁ ବିଜେଡି ଉପରେ ଦୋଷ ଲଦିବା ଅନୁଚିତ ବୋଲି କହିଛନ୍ତି ବିଜେଡି ନେତା ଦେବାଶିଷ ସାମନ୍ତରାୟ ।

Get real time updates directly on you device, subscribe now.