fbpx

ମଣିଷ ଚର୍ମକୁ କ୍ଷତି ପହଞ୍ଚାଉଛି ସ୍ମାର୍ଟଫୋନ, ଏଥିରେ ଥିବା ଜୀବାଣୁ ପବ୍ଲିକ ଟଏଲେଟ ଠାରୁ ମଧ୍ୟ ଶହେ ଗୁଣା ଅଧିକ କ୍ଷତିକାର :ବିଶେଷଜ୍ଞଙ୍କ ଖୁଲାସା

ନୂଆଦିଲ୍ଲୀ: ମାନବ ଚର୍ମ ସ୍ବାଭବିକ ଭାବରେ ମାଇକ୍ରୋବସରେ ଆଚ୍ଛାଦିତ ହୋଇଥାଏ। ଲୋକମାନେ ସକାଳୁ ଉଠିବା ଠାରୁ ଆରମ୍ଭ କରି ରାତ୍ରୀ ଭୋଜନ ପର୍ଯ୍ୟନ୍ତ ମୋବାଇଲ୍ ଫୋନ୍ ବ୍ୟବହାର କରିଥାନ୍ତି। କିନ୍ତୁ ବାସ୍ତବରେ ଏହା ଏକ ଚିନ୍ତାର ବିଷୟ ଯାହା ବହୁ ଲୋକ ମଧ୍ୟ ଅଣଦେଖା କରନ୍ତି । ଅନୁସନ୍ଧାନରୁ ଜଣାପଡିଛି ଯେ ଅଧିକାଂଶ ଲୋକ ଭାବୁଥିବା ଅପେକ୍ଷା ମୋବାଇଲ୍ ଫୋନ୍ ହିଁ ମଇଳା ଅଟେ, ଏବଂ ସେମାନେ ଯେତେ ଥର ଏହାକୁ ସ୍ପର୍ଶ କରନ୍ତି ସେତେ ଅଧିକ ଜୀବାଣୁ ସଂଗ୍ରହ କରନ୍ତି।

ଟିକଟକ ପ୍ଲାଟଫର୍ମରେ ଡାକ୍ତର ମମିନା ନାମରେ ପ୍ରସିଦ୍ଧ ଚର୍ମରୋଗ ବିଶେଷଜ୍ଞ ଡକ୍ଟର ମମିନା ତୁରେଗାନୋ ପ୍ରକାଶ କରିଛନ୍ତି ଯେ ମୋବାଇଲ୍ ଫୋନ୍ ବ୍ୟବହାର କରିବା ଦ୍ୱାରା ଚର୍ମରେ କ୍ଷତି ହୋଇପାରେ।

ଭିଡିଓ କ୍ଲିପଗୁଡିକ ମଧ୍ୟରୁ ଗୋଟିଏରେ ମମିନା ତାଙ୍କ ଆକାଉଣ୍ଟ ଜରିଆରେ ବୁଝାଇଥିଲେ ଯେ , ଏହା ଆପଣଙ୍କ ଶରୀରର ଚର୍ମ ଉପରେ କିଭଳି ପ୍ରଭାବ ପକାଏ । ଟିକଟକରେ ପ୍ରାୟ ଏକ ଲକ୍ଷ ଅଧିକ ଲୋକ ତାଙ୍କୁ ଅନୁସରଣ କରନ୍ତି। ସେ ଏହି ପ୍ଲାଟଫର୍ମ ରେ ସୂଚନା ଦେଇ କହିଛନ୍ତି ଯେ ମୋବାଇଲ୍ ଫୋନ୍ ସବୁବେଳେ ଜୀବାଣୁରେ ଆଚ୍ଛାଦିତ ହୋଇରହିଥାଏ । ବେଳେବେଳେ ଏହା ସର୍ବସାଧାରଣ ବାଥରୁମ(ପବ୍ଲିକ ଟଏଲେଟ) ଅପେକ୍ଷା ଅଧିକ ପ୍ରଦୂଷିତ ହୋଇଥାଏ ବୋଲି କହିଛନ୍ତି ।

ସେ ଦର୍ଶାଇଛନ୍ତି ଯେ ଫୋନର ଦୈନନ୍ଦିନ ବ୍ୟବହାର, ଏବଂ କଥାବାର୍ତ୍ତା ସମୟରେ ଏହାକୁ ମୁହଁ ପାଖରେ ରଖିବା ଦ୍ୱାରା ଚର୍ମକୁ ଜୀବାଣୁ ସ୍ଥାନାନ୍ତର ହୋଇପାରେ ଏବଂ ଚର୍ମ ସମସ୍ୟା ଭଳି ସମସ୍ୟା ମଧ୍ୟ ଦେଖାଦେଇପାରେ।

ତେଣୁ ସେ ଫୋନକୁ ଲଗାତାର ସଫା କରିବା ଏବଂ ଓଦା କାପଡ଼ାକୁ ସାବୁନ ପାଣିରେ ବୁଡ଼ାଇ ପୋଛିବା କିମ୍ବା ଆଲକୋହଲ ଦ୍ୱାରା ପୋଛିବା ଆବଶ୍ୟକ। ଏହା ଦ୍ୱାରା ୭୦ ପ୍ରତିଶତରୁ ଅଧିକ ଜୀବାଣୁ ନଷ୍ଟ ହେବେ ବୋଲି ଡାକ୍ତର ମମିନା ପରାମର୍ଶ ଦେଇଛନ୍ତି।

Get real time updates directly on you device, subscribe now.